Y This News
ବରଗଡ଼ : ଜଣେ ଯୁବକଙ୍କୁ ନିର୍ଘାତ ମାଡ଼ ମାରିବା ଏବଂ ଉତ୍ୟକ୍ତ ଲୋକେ ଥାନା ସମ୍ମୁଖରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ନାରାବାଜି କରିବା ସହରରେ ଚର୍ଚ୍ଚାର ପ୍ରସଂଗରେ ରହିଛି। ଅଭିଯୋଗ ଆଣିଛନ୍ତି ପଧାନପାଲି ଗାଁର ପ୍ରମୋଦ ନାଏକ।
ଅଭିଯୋଗ ଅନୁସାରେ, ପ୍ରମୋଦ ପଞ୍ଚାୟତ ପୋଖରୀ ମାଛ ଚାଷ ପାଇଁ ଠିକା ନେଇଛନ୍ତି। ଗତ ରାତି ପ୍ରାୟ ସାଢ଼େ ୯ଟା ବେଳେ ସେ ପୋଖରୀ ହିଡ଼ରେ ଭାଇ ଟିଙ୍କୁ ଏବଂ ସହଯୋଗୀ ବେଦପ୍ତଙ୍କ ସହ ଛିଡ଼ା ହୋଇଥିଲେ। ଏତିକି ବେଳେ ୧୫ରୁ ଅଧିକ ପୁଲିସ୍ କର୍ମଚାରୀ ସଦର ଥାନା ଅଧିକାରୀ ଦିଲିପ ବେହେରାଙ୍କ ନେତୃତ୍ବରେ ପହଂଚି ନିର୍ଧୁମ ମାଡ଼ ମାରିଥିଲେ। ଏଥିରେ ସମସ୍ତ ତିନିଜଣ ଗୁରୁତର ଆହତ ହୋଇଥିଲେ। ଟିଙ୍କୁ ଓ ବେଦପ୍ତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଜଣେ ମିଲ୍ ମାଲିକଙ୍କ ଇଂଗିତରେ ପୁଲିସ୍ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ ପଧାନପାଲି ଟାଉନଥାନା ଅନ୍ତର୍ଗତ ଥିବା ସତ୍ବେ ସଦର ଥାନାଧିକାରୀ ଶ୍ରୀ ବେହେରା କାହିଁକି ସେଠାକୁ ଆସିଥିଲେ ବୋଲି ଅଭିଯୋଗକାରୀ ପ୍ରଶ୍ନ କରିଛନ୍ତି। ଏନେଇ ଶ୍ରୀ ବେହେରାଙ୍କୁ ଯୋଗାଯୋଗ କରାଯିବାରୁ ସେ ଫୋନ୍ ଉଠାଉନଥିଲେ। ଅନ୍ୟପକ୍ଷରେ ଟାଉନ ପୁଲିସ୍ ମାମଲାର ଛାନଭିନ୍ ଆରମ୍ଭ କରିଛି।
Follow Us