ଗାଡ଼ି ଯାଞ୍ଚ ବେଳେ ଅମାନିଆଙ୍କୁ ଲାଠି ମାଡ

Advertisment

ଦୁର୍ଘଟଣାରେ ୪ ଆହତ, ଏସ୍‌ଡିପିଓ କରିବେ ତଦନ୍ତ

ଦୁର୍ଘଟଣାରେ ୪ ଆହତ, ଏସ୍‌ଡିପିଓ କରିବେ ତଦନ୍ତ

ଗାଡ଼ି ଯାଞ୍ଚ ବେଳେ ଅମାନିଆଙ୍କୁ ଲାଠି ମାଡ

.jagran.com

ବ୍ରହ୍ମପୁର: କେତେବେଳେ ଲୋକଙ୍କୁ ଗୋଲାପ ତ କେତେବେଳେ ଚକୋଲେଟ୍‌ ଦେଇ ଲୋକଙ୍କୁ ସଚେତନ କରୁଛି ପୁଲିସ। ସଡ଼କ ସୁରକ୍ଷା ସପ୍ତାହ ସମୟରେ ଛକ ଛକରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଛି। ସେହି ପୁଲିସ ଯେ କେତେବେଳେ ଦାଦାଗିରି ରୂପ ବି ଦେଖାଉଛି। ଯାନବାହନ ଯାଞ୍ଚ ବେଳେ ଅମାନିଆଙ୍କୁ ଅଟକାଇବାକୁ ଯାଇ ଲାଠିମାଡ଼ କରୁଛି। ବାଇକ ଚଳାଇ ଯାଉଥିବା ଜନୈକ ଅମାନିଆ ଚାଳକଙ୍କ ଉପରେ ଲାଠି ପ୍ରହାର କରିବାକୁ ଦୁର୍ଘଟଣା ଘଟି ୪ ଆହତ ହୋଇଛନ୍ତି। ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ଏକ ଭିଡ଼ିଓ ଭାଇରାଲ୍‌ ହେବା ପରେ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସାମାନ୍ୟ ଜରିମାନା ଆଦାୟ ପାଇଁ ପୁଲିସର ଏଭଳି ଲାଠି ପ୍ରହାର ଅନୁଚିତ ବୋଲି କୁହାଯିବା ସହ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଛି।

publive-image

ଗୁଡ୍‌ସସେଡ୍‌ ରୋଡ଼ ଓଭର୍‌ବ୍ରିଜ୍‌ରେ ରବିବାର ରାତି ପୁଲିସ ବାଇକ୍‌ ଯାଞ୍ଚ କରୁଥିଲା। ଏହି ସମୟରେ ୩ ଯୁବକ ବିନା ହେଲମେଟ୍‌ରେ ବାଇକ୍‌ରେ ଦ୍ରୁତଗତିରେ ଯାଉଥିବା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା। ସେମାନେ ପଳାଇ ଯିବାକୁ ଉଦ୍ୟତ ହେଉଥିବାବେଳେ ଲାଠି ପ୍ରହାର କରିଥିଲା। ଫଳରେ ଭାରସାମ୍ୟ ହରାଇ ବାଇକଟି ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିଲେ। ଫଳରେ ୪ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କାହିଁକି ଓ କିଭଳି ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେ ନେଇ ଟାଉନ ଏସ୍‌ଡିପିଓଙ୍କୁ ତଦନ୍ତ କରିବାକୁ କୁହାଯାଇଛି। ଏଥିରେ ଯଦି ପୁଲିସର ଭୁଲ ରହିଥିବ ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଟ୍ରାଫିକ୍‌ ନିୟମ ଭଙ୍ଗ କରି ରାସ୍ତାରେ ଚାଲିକି ଯାଉଥିବା ଯୁବକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ଘଟଣାକୁ ନେଇ ମାମଲା ରୁଜୁ କରିବାକୁ କୁହାଯାଇଥିବା ଏସ୍.ପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe