ପୁଲିସ-ବିଜେପି କର୍ମୀ ମୁହାଁମୁହିଁ; ବିଜେପି କର୍ମୀଙ୍କୁ ଘୋଷାରି ନେଲା ପୁଲିସ

ପୁଲିସ-ବିଜେପି କର୍ମୀ ମୁହାଁମୁହିଁ; ବିଜେପି କର୍ମୀଙ୍କୁ ଘୋଷାରି ନେଲା ପୁଲିସ

ଧର୍ମଶାଳା : ଧର୍ମଶାଳା ଥାନାରେ ରବିବାର ରାତି ସାଢେ଼ ୧୧ଟାରେ ପୁଲିସ୍‌ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଏଭଳି କି ଜଣେ ବିଜେପି କର୍ମୀ ପୁଲିସ କର୍ମଚାରୀଙ୍କ କାନ କାମୁଡ଼ି ଦେଇଥିବା ଅଭିଯୋଗ ହୋଇଛି।
ଘଟଣାରୁ ପ୍ରକାଶ ଯେ ରାହାଡ଼ପୁର ପାହାଡ଼ ନିକଟରେ ଗତ ୨୬ତାରିଖରେ ଜଣେ କ୍ରସର ମ୍ୟାନେଜରଙ୍କୁ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ୍‌ ଗତକାଲି ବିଜେପିର ୪ଜଣ କର୍ମକର୍ତ୍ତାଙ୍କୁ ଥାନାକୁ ଉଠାଇ ଆଣିଥିଲା। ଅପରାଧୀଙ୍କ ପରି ପୁଲିସ୍‌ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲା। ଏହା ଜଣାପଡ଼ିବା ପରେ ବିଜେପି ନେତ୍ରୀ ସ୍ମୃତିରେଖା ପହି ଓ କେତେକ ଦଳୀୟ କର୍ମୀ ଥାନାରେ ପହଞ୍ଚି ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ପୁଲିସ୍‌ ଓ ବିଜେପି କର୍ମୀଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା।

ଏହି ସମୟରେ ପୁଲିସ୍‌ ପାଟପୁର ସରପ‌ଞ୍ଚ ସନ୍ଧ୍ୟାରାଣୀ ନାୟକଙ୍କ ଦିଅର ଅର୍ଜୁନ ନାୟକଙ୍କୁ ଘୋଷାରି ଘୋଷାରି ନେଇ ଥାନା ହାଜତରେ ଠୁଙ୍କି ଦେଇଛି। ଅର୍ଜୁନ ମଧ୍ୟ ଜଣେ ପୁଲିସ୍‌ କର୍ମଚାରୀଙ୍କ କାନକୁ କାମୁଡ଼ି ଦେଇଛନ୍ତି। ଏହି ଘଟଣାରେ ପୁଲିସ୍‌ ଅଧିକ କ୍ରୋଧାନ୍ବିତ ହୋଇଥିଲା। ଅର୍ଜୁନଙ୍କ ସମେତ ବିଜେପି ନେତା ବିଭୁତି ଭୂଷଣ ଜେନା, ତପନ ରଞ୍ଜନ ମାହୁନ୍ତ ଓ ତପନ ପରିଡ଼ାଙ୍କୁ ଗିରଫ କରିଛି। ଏହାକୁ ନେଇ ଥାନାରେ ଉତ୍ତେଜନା ସୃଷ୍ଟି ହୋଇଛି। ଗିରଫ ୪ବିଜେପି ନେତାଙ୍କୁ ପୁଲିସ୍‌ ଆଜି ଚଣ୍ତିଖୋଲ କୋର୍ଟ ଚାଲାଣ କରିଛି। ସେଠାରେ ୩ଜଣଙ୍କୁ ଜାମିନ୍ ମିଳିଥିବା ବେଳେ ଅର୍ଜୁନଙ୍କ ଜାମିନ୍ ନାମାଞ୍ଜୁର ହେବାରୁ ତାଙ୍କୁ ରଗଡ଼ି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe