୮କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

୮କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ପୁଲିସ ଦ୍ୱାରା ପ୍ରାୟ ୮କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ବାଲିମେଳା ଆଇଆଇସି ସୁମିତ୍ରା ଜେନାଙ୍କ ନେତୃତ୍ୱରେ ବାଲିମେଳା ଥାନା ଅନ୍ତର୍ଗତ କଣ୍ଡେଲବନ୍ଧ ଗ୍ରାମ ନିକଟରେ ଥିବା ସରକାରୀ ଜାଗାରେ ଲଗାଯାଇଥିବା ଗଂଜେଇ ଗଛକୁ ନଷ୍ଟ କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ପରେ ବହୁ ସଂଖ୍ୟାରେ ପୁଲିସ କର୍ମଚାରୀ ଆଜି ସକାଳେ ଏହି ଗାଁରେ ପହଞ୍ଚିଥିଲେ। ପ୍ରାୟ ୭୯ ହଜାର ୬୪୦ଟି ଗଛକୁ ପୁଲିସ ନିଆଁ ଲଗାଇ ପୋଡି ଦେଇଥିବା ଜଣାପଡିଛି।

publive-imageପ୍ରକାଶଥାଉକି ବାଲିମେଳା ଏବଂ ଚିତ୍ରକୋଣ୍ଡା ଥାନା ଅଂଚଳରେ ହଜାର ହଜାର ଏକର ଜମିରେ ଗଂଜେଇ ଚାଷ କରାଯାଉଛି। ପୁଲିସ ଏବଂ ଅବକାରୀ ବିଭାଗ ଲଗାତାର ଚଢାଉ କରି ଏସବୁ ଅଂଚଳରୁ ଗଂଜେଇ ଗଛ ଉପାଡି ନିଆଁ ଲଗାଉଛନ୍ତି। ତଥାପି ବିପୁଳ ମରିମାଣରେ ଚାଷ ଚାଲିଥିବା କୁହାଯାଉଛି। ସବୁଠାରେ ବେଶି ଗଂଜେଇ ଚାଷ କରାଯାଉଛି ଚିତ୍ରକୋଣ୍ଡାର ବିଚ୍ଛିନ୍ନାଞ୍ଚଳରେ। ଯେଉଁଠି ପୁଲିସ କିମ୍ବା ଅବକାରୀ ବିଭାଗ ସହଜରେ ପହଞ୍ଚି ପାରେ ନାହିଁ। ସେହିପରି ଡିସେମ୍ବର ଓ ଜାନୁଆରି ମାସ ଗଂଜେଇ ଅମଳ କରିବାର ଋତୁ ହୋଇଥିବାରୁ ଚାଷୀ ଏବେ ଅମଳ କରିବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି।

publive-imageପୁଲିସର ବାରମ୍ବାର କାର୍ଯ୍ୟାନୁଷ୍ଠାନ ସତ୍ୱେ ଚାଷ ହେଉଥିବା ବେଳେ ଗତ କିଛି ଦିନ ମଧ୍ୟରେ ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ସମୟରେ ଧରା ପଡୁଛି। ତେଣୁ ପୁଲିସ ପକ୍ଷରୁ ବାରମ୍ବାର ବିଚ୍ଛିନ୍ନାଞ୍ଚଳରେ ଚଢାଉ କରି ଯଦି ଚାଷକୁ ନଷ୍ଟ କରାଯିବ ତାହାହେଲେ ଚୋରା ଚାଲାଣ କମିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe