Marijuana Plant Destroyed: ଗଞ୍ଜେଇ ଗଛ ପୋଡ଼ିଲ‌େ ପୁଲିସ

Advertisment

ସ୍ଥାନୀୟ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ସେହି ସ୍ଥାନରେ ଅତର୍କିତ ଚଢ଼ଉ କରିଥିଲେ ପୁଲିସ ବାହିନୀ। ଗଞ୍ଜେଇ ଗଛ କାଟି ସେଗୁଡ଼ିକ ପୋଡ଼ି ନଷ୍ଟ କରିଛନ୍ତି....

ସ୍ଥାନୀୟ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ସେହି ସ୍ଥାନରେ ଅତର୍କିତ ଚଢ଼ଉ କରିଥିଲେ ପୁଲିସ ବାହିନୀ। ଗଞ୍ଜେଇ ଗଛ କାଟି ସେଗୁଡ଼ିକ ପୋଡ଼ି ନଷ୍ଟ କରିଛନ୍ତି....

Police burn marijuana plants

Police burn marijuana plants Photograph: (sambad.in)

ଘୁ.ଉଦୟଗିରି:  ସ୍ଥାନୀୟ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ସେହି ସ୍ଥାନରେ ଅତର୍କିତ ଚଢ଼ଉ କରିଥିଲେ ପୁଲିସ ବାହିନୀ।

ସ୍ଥାନୀୟ ଆଇଆଇସି ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ, ଏସଆଇ ରୂପକ ଦଳେଇ, ଏଏସଆଇ ବୁଲୁ ବେହେରା, ରବିନ୍ଦ୍ର ସେଠୀଙ୍କ ସମେତ ଏକ ଫ୍ଲାଟୁନ ଫୋର୍ସ ହୋମଗାର୍ଡ, ଅବକାରୀ ବିଭାଗ କର୍ମଚାରୀ, ବନ ବିଭାଗ କର୍ମଚାରୀ ସଦଳବଳେ ଗଞ୍ଜେଇ ଚାଷ ହେଉଥିବା ସ୍ଥାନରେ ପହଞ୍ଚି ରାଇକିଆ ତହସିଲଦାର ଦେବାଶିଷ ଜେନାଙ୍କ ଉପସ୍ଥିତିରେ ଗଞ୍ଜେଇ ଗଛ କାଟି ସେଗୁଡ଼ିକ ପୋଡ଼ି ନଷ୍ଟ କରିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: Treatment Of Dead Child: ମୃତ ଶିଶୁକୁ ଅଧିକା ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇଲେ ଡାକ୍ତର

୨ ଏକର ଜମିରେ ଚାଷ

ସୂଚନା ଅନୁସାରେ ୨ ଏକର ଜମିରେ ପ୍ରାୟ ୨ ହଜାର ଗଞ୍ଜେଇ ଗଛ ଲଗାଯାଇଥିଲା ଯାହାର ଆନୁମାନିକ ମୂଲ୍ଯ ଲକ୍ଷାଧିକ ଟଙ୍କା ହେବ। 

ଗତ ନଭେମ୍ବର ମାସ ଉକ୍ତ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ଖବର ମିଳିଥିଲା ଯାହାକୁ ପୁଲିସ  ବିଭାଗ  ତରଫରୁ ପୋଡ଼ି ନଷ୍ଟ କରାଯାଇଥିଲା।  ବହୁ ସଚେତନତା ପରେ ବି ଗଂଜେଇ ଚାଷ ଚାଲିଥିବା ବେଳେ ଏକର ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ କରିବା ସହ ଚାଷ ପାଇଁ ବ୍ୟବହୃତ ସମାଗ୍ରୀ ଜବତ କରିଛି ପୁଲିସ। 

ଏନେଇ ଥାନା କେସ ନମ୍ବର ୨୫୬/୨୫ ରେ ଏନଡିପିଏସ ଧାରାରେ କେସ ପଞ୍ଜୀକୃତ ହୋଇ ତଦନ୍ତ ଜାରି ରହିଛି। ଦ୍ଵିତୀୟ ଥର ସେହି ଅଞ୍ଚଳରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ପୁଲିସ ପ୍ରଶାସନ ତରଫରୁ ଜୋରସୋରରେ ତଦନ୍ତ ଚାଲିଛି ଓ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: Virat Kohli : ବିରାଟ କୋହଲି ଟେଷ୍ଟକୁ ଫେରିଆସ ! ସିଦ୍ଧୁଙ୍କ ଭାଇରାଲ ଇନଷ୍ଟା ପୋଷ୍ଟ

ରିପୋର୍ଟ: ସମୀର ପାଢ଼ୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe