ଢିଙ୍କିଆ ଶୂନ୍‌ଶାନ୍‌, ଭୟର ବାତାବରଣ; ପୁଲିସର ଅସ୍ଥାୟୀ କ୍ୟାମ୍ପ୍‌, ପାଟ୍ରୋଲିଂ ଜୋରଦାର୍‌

Advertisment

୬ ଗିରଫଙ୍କୁ କୋର୍ଟଚାଲାଣ; କିଷାନ ମୋର୍ଚ୍ଚା ସଦସ୍ୟଙ୍କୁ ଫେରାଇଦେଲେ ଗ୍ରାମବାସୀ

୬ ଗିରଫଙ୍କୁ କୋର୍ଟଚାଲାଣ; କିଷାନ ମୋର୍ଚ୍ଚା ସଦସ୍ୟଙ୍କୁ ଫେରାଇଦେଲେ ଗ୍ରାମବାସୀ

ଢିଙ୍କିଆରେ ପୁଲିସର ପୁଣି ଗିରଫଦାରୀ, ପୁଲିସକୁ ଆକ୍ରମଣ ମାମଲାରେ ୪ ଗିରଫ

ଜଗତସିଂହପୁର : ଜେଏସ୍‌ଡବ୍ଲୁ ପ୍ରକଳ୍ପକୁ ନେଇ ଗତକାଲି ବିରୋଧୀ ଓ ପୁଲିସଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ, ଉତ୍ତେଜନା ପରେ ଆଜି କୁଜଙ୍ଗ ବ୍ଲକ ଢ଼ିଙ୍କିଆ ଗାଁର ପରିବେଶ ଓ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ପୂର୍ବରୁ ଯେଉଁ ଗାଁକୁ ଯିବା ପାଇଁ ପୁଲିସ ଭୟ କରୁଥିଲା, ଆଜି ସେହି ଗାଁରେ ପୁଲିସ ପାଟ୍ରୋଲିଂକୁ ଜୋରଦାର କରିବା ସହିତ ଏକ ଅସ୍ଥାୟୀ କ୍ୟାମ୍ପ ଖୋଲିଛି। ଗାଁକୁ ବାହାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଉ ନାହିଁ। ପୁଲିସ ସେମାନଙ୍କ ପରିଚୟପତ୍ର ଯାଞ୍ଚ କରି ଛାଡ଼ୁଛି। ପୁଲିସର ଏଭଳି ଆଭିମୁଖ୍ୟ ଦେଖି ଆନ୍ଦୋଳନକାରୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ଗତକାଲିଠାରୁ କିଛି ‌ଲୋକ ଘରକୁ ନ ଫେରି ଗିରଫଦାରୀ ଭୟରେ ବାହାରେ ଲୁଚିଛନ୍ତି। ଗାଁ ଏକପ୍ରକାର ଶୂନ୍‌ଶାନ ହୋଇ ପଡିଛି। କିଛି ମହିଳା ଓ ଛୋଟ ପିଲାଙ୍କୁ ଗାଁରେ ଦେଖିବାକୁ ମିଳୁଛି।

ଅନ୍ୟପଟେ ଆଜି ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ନେତୃତ୍ବରେ ଆସିଥିବା ଏକ ୧୦ ଜଣିଆ ସଂଯୁକ୍ତ କିଷାନ ମୋର୍ଚ୍ଚା ଟିମ୍‌କୁ ତ୍ରିଲୋଚନପୁର ନିକଟରେ ବିରୋଧ କରାଯାଇଛି। ପ୍ରଭାବିତ ଅଞ୍ଚଳର କିଛି ଗ୍ରାମବାସୀ ଏହି ଟିମ୍‌ର ସଦସ୍ୟମାନଙ୍କ ଗାଡ଼ିକୁ ଅଟକାଇଥିଲେ। ଅଞ୍ଚଳର ଭାଇଚାରା ନଷ୍ଟ ନ କରି ଏଠାରୁ ଫେରିଯିବା ପାଇଁ ସେମାନେ ଏହି ନେତାମାନଙ୍କୁ ନିବେଦନ କରିଥିଲେ। ପ୍ରଫୁଲ୍ଲ ସାମନ୍ତରାଙ୍କ ସମେତ ସୁଦର୍ଶନ ପ୍ରଧାନ, ପ୍ରଦୀପ୍ତ ନାୟକ, ଜମ୍ବେଶ୍ବର ସାମନ୍ତରାୟ ଓ ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖ ସେମାନଙ୍କୁ ଯେତେ‌ ବୁଝାଇଥିଲେ ମଧ୍ୟ ସେମାନେ ଶୁଣି ନଥିଲେ। ଫଳରେ ସେମାନେ ଅନ୍ୟ ଉପାୟ ନ ପାଇ ସେଠାରୁ ଫେରିଯାଇଥିଲେ। ପରେ ସେମାନେ ପୁଲିସ ସୁରକ୍ଷା ଲୋଡି ଢିଙ୍କିଆ ଯିବା ପାଇଁ ଦାବି କରିଥିଲେ। ମାତ୍ର ପୁଲିସ ସହାୟତା ନ ମିଳିବାରୁ ସେମାନେ ଆଉ ଆଗକୁ ବଢି ପାରି ନଥିଲେ।

ଗତକାଲିର ଗଣ୍ଡଗୋଳରେ ସଂପୃକ୍ତ ଅଭିଯୋଗରେ ଥାନାରେ ଅଟକ ଥିବା ୬ ଜଣ ଦେବେନ୍ଦ୍ର ସ୍ବାଇଁ, ନରେନ୍ଦ୍ର ମହାନ୍ତି, ମୁରଲୀଧର ସାହୁ, ନିମାଇଁ ମଲ୍ଲିକ, ମଙ୍ଗୁଳି କାଣ୍ଡି, ତ୍ରିନାଥ ମଲ୍ଲିକଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ବିରୋଧରେ ୧୫ରୁ ଅଧିକ ଦଫାରେ ମାମଲା ରୁଜୁ କରାଯାଇଛି। ଗତକାଲି ପୁଲିସ ସହ ହୋଇଥିବା ଆନ୍ଦୋଳନକାରୀଙ୍କ ମୁହାଁମୁହିଁ ଘଟଣାରେ ପୁଲିସ ୫ ଶହରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରିଛି। ଫଳରେ ଗାଁରେ ଏବେ ସମ୍ପୂର୍ଣ୍ଣ ଭୟର ବାତାବରଣ ସୃଷ୍ଟି ହୋଇଛି। ଯେହେତୁ ଆନ୍ଦୋଳନର ନେତୃତ୍ବ ନେଉଥିବା ନେତୃବୃନ୍ଦ ଏବେ ପୁଲିସ କବଜାରେ ରହିଛନ୍ତି, ସେଥିପାଇଁ ଅନ୍ୟମାନେ ଏବେ ପରବର୍ତ୍ତି ପଦକ୍ଷେପ ପାଇଁ ନିଷ୍ପତ୍ତି ନେଇ ପାରୁ ନାହାନ୍ତି। ଆଜି କମ୍ପାନି ପକ୍ଷରୁ ଢ଼ିଙ୍କିଆ ପଞ୍ଚାୟତର ଗୋବିନ୍ଦପୁର ଗାଁର ୧୨୬ ଜଣ ପାନ ବରଜ ହିତାଧିକାରୀଙ୍କୁ ପ୍ରାୟ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରାଯାଇଛି।

୨୦୧୦-୧୧ରେ ପୋସ୍କୋ ପାଇଁ ୧୧୧୮ ଜଣଙ୍କ ପାନ ବରଜ ଭଙ୍ଗା ଯାଇଥିଲା। ସେମାନେ ଡିସିମିଲ ପିଛା ୧୧,୫୦୦ ଟଙ୍କା କ୍ଷତିପୂରଣ ପାଇଥିଲେ। ମାତ୍ର ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ଏହି ଲୋକମାନଙ୍କୁ ଡିସିମିଲ ପିଛା ଅଧିକ ୬ ହଜାର ଟଙ୍କା ବର୍ଦ୍ଧିତ ଅର୍ଥରାଶି ଦେବାକୁ ଘୋଷଣା କରାଯାଇଛି। ସେହି ୧୧୧୮ ଜଣଙ୍କ ମଧ୍ୟରୁ ଇତିମଧ୍ୟରେ ୧୨୬ ଜଣଙ୍କୁ ଏହି ବର୍ଦ୍ଧିତ ରାଶି ପ୍ରଦାନ କରାଗଲାଣି। ଆଜି ଗୋବିନ୍ଦପୁର ଗାଁର ଏହି ହିତାଧିକାରୀମାନେ କ୍ଷତିପୂରଣ ରାଶି ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe