ସରପଞ୍ଚ ପଦବି ନିଲାମ ଘଟଣା: ନିଲାମ ଜିତିଥିବା ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ

Advertisment

ଆଉ ଏକ ବିବାଦରେ ବି ଫସିଲେ ସୁଶାନ୍ତ

ଆଉ ଏକ ବିବାଦରେ ବି ଫସିଲେ ସୁଶାନ୍ତ

ସରପଞ୍ଚ ପଦବି ନିଲାମ ଘଟଣା: ନିଲାମ ଜିତିଥିବା ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ

ବଲାଙ୍ଗୀର : ମତଦାନର ଚାରିଦିନ ଆଗରୁ ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ୍‌ର ବହୁଚର୍ଚ୍ଚିତ ବିଲେଇସର୍ଡା ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆଙ୍କୁ ଜୋର୍‌ଦାର୍‌ ଝଟ୍‌କା ଲାଗିଛି। ସରପଞ୍ଚ ପଦବି ନିଲାମ ଘଟଣାରେ ସୁଶାନ୍ତଙ୍କ ନାଁରେ ଏତଲା ଦେବାପାଇଁ ଜିଲ୍ଲାପାଳ ଚଞ୍ଚଳ ରାଣା ପୁଇଁତଲା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏତଲା ପାଇବା ପରେ ପୁଇଁତଲା ଥାନା ପୁଲିସ କେସ ନଂ-୩୯/୨୨, ଆଇପିସି ଧାରା ୧୭୧(ଇ), ୫୦୬ରେ ମାମଲା ରୁଜୁ କରିଛି। ପ୍ରତିଦ୍ୱନ୍ଦ୍ବୀ ପ୍ରାର୍ଥୀ ବିଳାସିନୀ ଶର୍ମା ପ୍ରଶାସନକୁ ଯାହା ଅଡିଓ ଓ ଭିଡିଓ ପ୍ରମାଣ ଦେଇଛନ୍ତି, ତାହାକୁ ଜବତ କରାଯିବ ଏବଂ ତଦନ୍ତ ଆଗକୁ ନିଆଯିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ପୁଇଁତଲା ବ୍ଲକ୍‌ ବିଲେଇସର୍ଡା ପଞ୍ଚାୟତର ସରପଞ୍ଚ ପଦବି ପାଇଁ ଗାଁର ଜଗନ୍ନାଥ ମନ୍ଦିର ପୂଜା କମିଟି ବୈଠକ ନିଲାମ କରିଥିବା ଅଭିଯୋଗ ହୋଇଥିଲା। ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ୪୪ ହଜାର ଟଙ୍କାରେ ନିଲାମ ଜିତିଥିଲେ। ଆଉ କିଛିଲୋକ ୪୪ ଲକ୍ଷ ଟଙ୍କା ବୋଲି ମଧ୍ୟ ଅଭିଯୋଗ କରିଥିଲେ। ଖାଲି ସେତିକି ନୁହେଁ, ସୁଶାନ୍ତଙ୍କ ନାଁରେ ଆଉ ମଧ୍ୟ ଅଭିଯୋଗ ଅଛି। ଭୋଟ ହାତେଇବା ପାଇଁ କସୁରପାଲି ଗାଁର ପାଟେଣେଶ୍ୱରୀ ମନ୍ଦିର ପୂଜା କମିଟିକୁ ୪ ଲକ୍ଷ ୨୦୦ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି। ଏକ ଷ୍ଟିଙ୍ଗ୍‌ ଅପରସେନରେ ମନ୍ଦିର ପୂଜାରୀ ଚକ୍ରଧର ପଣ୍ଡା ଏହାକୁ ସ୍ୱୀକାର କରଥିବା ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ ଯେ ସରପଞ୍ଚ ପଦବି ପାଇଁ ନିଲାମ କରାଯାଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସାରାରାଜ୍ୟରେ ହଇହଇ ସୃଷ୍ଟି ହୋଇଥିଲା। ଘଟଣାର ତଦନ୍ତ ସରିବାପରେ ନିର୍ବାଚନ କମିସନଙ୍କ ନିକଟକୁ ଜିଲ୍ଲା ପ୍ରଶାସନ ରିପୋର୍ଟ ପଠାଇଥିଲା। ହେଲେ ହଠାତ୍‌ ଏହି ଘଟଣାରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe