ଭିଜିଲାନ୍ସ ଜାଲରେ ପୁଲିସ କନଷ୍ଟେବଳ, ସରକାରୀ କ୍ଵାର୍ଟରରୁ ନଗଦ ୬ ଲକ୍ଷ ସହ ପିସ୍ତଲ ଜବତ 

Advertisment
ଭିଜିଲାନ୍ସ ଜାଲରେ ପୁଲିସ କନଷ୍ଟେବଳ, ସରକାରୀ କ୍ଵାର୍ଟରରୁ ନଗଦ ୬ ଲକ୍ଷ ସହ ପିସ୍ତଲ ଜବତ 

ବୌଦ୍ଧ: ଗଂଜେଇ ମାଫିଆଙ୍କୁ ପ୍ରୋତ୍ସାହନ ଯୋଗାଇବା ଓ ବେଆଇନ ବ୍ୟବସାୟରେ ସହଯୋଗ କରିବା ଜଣେ ପୁଲିସ କନଷ୍ଟେବଳଙ୍କୁ ମହଙ୍ଗା ପଡ଼ିଛି। ବୌଦ୍ଧ ଜିଲ୍ଲା ସଦର ଥାନା ଅଧୀନ ବଘିଆପଡ଼ା ଫାଣ୍ଡିର ଡିଭିଏଫ କନଷ୍ଟେବଳଙ୍କ ପାଖରୁ ଭିଜିଲାନ୍ସ ବିଭାଗ ବୁଧବାର ଦିନ ୬ ଲକ୍ଷ ଟଙ୍କା ସହ ପିସ୍ତଲ ଜବତ କରିଛି।

publive-image

ସୂଚନା ଅନୁସାରେ ବଘିଆପଡା ଫାଣ୍ଡି ସରକାରୀ ପୁଲିସ କ୍ୱାର୍ଟର ନିକଟରୁ ଆଜି ବୌଦ୍ଧ ଭିଜିଲାନ୍ସ ବିଭାଗ ଡିଭିଏଫ କନେଷ୍ଟବଳ ହରିକ୍ରିଷ୍ଣ ସାହୁଙ୍କୁ ଗିରଫ କରିଛି। ସେ ଜଣଙ୍କ ଠାରୁ ୬ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଗଞ୍ଜେଇ ଗଛ ନଷ୍ଟ ନ କରିବା ତଥା ଗଞ୍ଜେଇ ଚାଷକୁ ସୁରକ୍ଷା ଦେବା ପାଇଁ ଟଙ୍କା କାରବାର ହୋଇଥିଲା ବୋଲି କୁହାଯାଉଛି। ଗଂଜେଇ ମାଫିଆଙ୍କଠାରୁ ଟଙ୍କା ଆଦାୟ କରି ଟଙ୍କା ସରକାରୀ କ୍ଵାଟରରେ ରଖିଥିବା ସୂଚନା ପାଇ ବୌଦ୍ଧ ଓ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଚଢ଼ଉ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe