ଚୋରା ମଦ ବେପାରୀଙ୍କ ସହ ସମ୍ପର୍କ ରଖି କନେଷ୍ଟବଳ ନିଲମ୍ବିତ, ଏସ୍‌ଆଇଙ୍କୁ ନିଲମ୍ବନ ପାଇଁ ଚିଠି

ଚୋରା ମଦ ବେପାରୀଙ୍କ ସହ ସମ୍ପର୍କ ରଖି କନେଷ୍ଟବଳ ନିଲମ୍ବିତ, ଏସ୍‌ଆଇଙ୍କୁ ନିଲମ୍ବନ ପାଇଁ ଚିଠି

ନୟାଗଡ଼: ଚୋରା ମଦ ବେପାରୀଙ୍କ ସହିତ ସମ୍ପର୍କ ରଖିବା ନୟାଗଡ଼ ସଦର ଅବକାରୀ ଥାନାର ୨ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି। କନେଷ୍ଟବଳ ପ୍ରଦୀପ୍ତ ନାୟକଙ୍କୁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ନିଲମ୍ବନ କରିଥିବା ବେଳେ, ଏସ୍ଆଇ ହଟିଆ ବେହେରାଙ୍କୁ ନିଲମ୍ବନ ପାଇଁ ଅବକାରୀ କମିସନଙ୍କୁ ଜିଲ୍ଲାପାଳ ଚିଠି ଲେଖିଛନ୍ତି। ଏନଇେ ନୟାଗଡ଼ ଜିଲ୍ଲା ଅବକାରୀ ଅକ୍ଷୀକ୍ଷକ ଥିବା ଦାୟିତ୍ବରେ ଥିବା ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ ‘ସମ୍ବାଦ’କୁ ସୂଚନା ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ନିଲମ୍ବିତ କନେଷ୍ଟବଳ ପ୍ରଦୀପ୍ତ ଏସ୍ଆଇଙ୍କ ପାଇଁ ଚୋରା ମଦ ବେପାରୀଙ୍କ ସହିତ ମଧ୍ୟସ୍ଥତା କରି ଚାନ୍ଦା ସଂଗ୍ରହ କରୁଥିଲେ। ଚାନ୍ଦା ପାଇଁ ଏସ୍ଆଇ ମଧ୍ୟ ସିଧାସଳଖ ଚୋରା ମଦ ବେପାରୀଙ୍କୁ ଭେଟୁଥିଲେ। ଏପରିକି ଚୋରା ମଦ କାରବାର କରୁଥିବା ବ୍ୟକ୍ତିଙ୍କୁ ଆମେ କ୍ରାଇମ୍ ପିଲା ଯୋଗାଇ ଦେଉଛୁ, କିଛି ବି ଅସୁବିଧା ହେଲେ, ସଫା କରିଦେବେ, ଚିହ୍ନବର୍ଣ୍ଣ ରହିବ ନାହିଁ ବୋଲି ଏସ୍ଆଇ କହୁଥିବା ଏକ ଅଡିଓରୁ ଶୁଣିବାକୁ ମିଳିଥିଲା। ମନ ମୁତାବକ ଚାନ୍ଦ ନମିଳିଲେ ଚୋରା ମଦ ଭାଟି ଉପରେ ଚଢାଉ କରୁଥିବା, ଗିରଫ ନେଇ ଏସ୍ଆଇ, କନେଷ୍ଟବଳ ଧମକ ଦେଉଥିବା ଏହି ଅଡିଓରୁ ସ୍ପଷ୍ଟ ହେଉଥିଲା। ଏନେଇ ‘ସମ୍ବାଦ’ରେ ପ୍ରଥମେ ଗତ ୮ ତାରିଖରେ ଖବର ପ୍ରକାଶ ପାଇଥିଲା, ଏହା ପରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶାସନିକସ୍ତରରେ ତତ୍ପରତା ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe