ANI News
ଜହ୍ନାପଙ୍କ: ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କ ନେତୃତ୍ବରେ ବୌଦ୍ଧ ବନଖଣ୍ଡ ଗଣ୍ଡିସର ସେକ୍ସନ ଅନ୍ତର୍ଗତ ବ୍ରାହ୍ମଣୀପାଲି, ଭୁକ୍ତାପଡ଼ା ଓ ବିଜାପଦର ସଂରକ୍ଷିତ ଜଙ୍ଗଲରେ ଗୁରୁବାର ବଘିଆପଡ଼ା ପୁଲିସ ଚଢ଼ଉ କରି ପ୍ରାୟ ୩୧ ଏକରରେ ଲଗାଯାଇଥିବା ଗଞ୍ଜେଇ ଗଛକୁ ମେସିନ ସାହାଯ୍ୟରେ କାଟିଛି। ପରେ କଟା ହୋଇଥିବା ଗଞ୍ଜେଇ ଗଛକୁ ପୋଡ଼ି ଦେଇଥିବା ସୂଚନା ମିଳିଛି।
ଏହି ଅଭିଯାନରେ ବଘିଆପଡ଼ା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ, କନେଷ୍ଟବଳ କେଶବ ପ୍ରଧାନ, ସମର୍ଥ ନାଏକ, ବିଶି ମଲ୍ଲିକ, ରଞ୍ଜନ ମିର୍ଦ୍ଧା, ଟୁକୁ ମେହେର, ମନ୍ଦାକିନୀ କହଁର, ଏକ ସେକ୍ସନ ଏପିଆର୍ ଫୋର୍ସ ପ୍ରମୁଖ ସାମିଲ ଥିଲେ।
Follow Us