ଦଦରା ଗାଡ଼ିକୁ ଭରସା କରିଛି ପୁଲିସ,ଚକ୍‌ମା ଦେଇ ଖସିଯାଉଛନ୍ତି ଅପରାଧୀ

Advertisment
ଦଦରା ଗାଡ଼ିକୁ ଭରସା କରିଛି ପୁଲିସ,ଚକ୍‌ମା ଦେଇ ଖସିଯାଉଛନ୍ତି ଅପରାଧୀ

କଳାବାଡ଼ିଆ: ବାଙ୍ଗିରିପୋଷି ଥାନାରେ ଥିବା ଗାଡ଼ିଟି ଦଦରା ହୋଇ ଯାଇଥିଲେ ବି ଏହା ପାଟ୍ରୋଲିଂ ଡ୍ୟୁଟିରେ ଲାଗିଛି। ପରିସ୍ଥିତି ଏମିତି ହେଲାଣି ଯେ ବର୍ଷା ଦିନରେ ଗାଡ଼ି ଭିତରେ ଛତାର ଆବଶ୍ୟକତା ପଡ଼ୁଛି ବୋଲି ଜଣେ କର୍ମଚାରୀ କହିଛନ୍ତି। ଟାୟାର ସବୁ ଘୋରିଗଲାଣି। ଏବେ ଦ୍ବାରଶୁଣୀ ଘାଟିରେ ପ୍ରାୟ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ଏହି ଗାଡ଼ିରେ ଘାଟି ଉପରକୁ ଯିବାକୁ ଡରୁଛି ପୁଲିସ। ହେଲେ ଏହି ଦଦରା ଗାଡ଼ିରେ ପୁଲିସ ନିଜ ଜୀବନକୁ ପାଣି ଛଡ଼ାଇ ଦିନରାତି କାର୍ଯ୍ୟ କରୁଛି।

ଏହି ଗାଡ଼ିରେ ଥାନାରୁ ୨୫ରୁ ୩୫ କିଲୋମିଟର ଦୂର ଚାକିଡି, ବ୍ରାହ୍ମଣ ଗାଁ, ସୋରିଷପାଳ, ଭୂଆଶୁଣୀ, କୁସୁମବନ୍ଧରେ ପହଞ୍ଚିବା ପାଇଁ ବିଳମ୍ବ ହେଉଥିବାରୁ ବହୁ ସମୟରେ ଜନସାଧାରଣଙ୍କ ରୋଷର ଶିକାର ହେଉଛି ପୁଲିସ। ଗତ ୮ ତାରିଖ ଦିନ ଜଣେ ବାଟୋଇଠାରୁ ଦ୍ବାରଶୁଣୀ ଘାଟିରେ ବନ୍ଧୁକ ଦେଖାଇ ତିନିଜଣ ଦୁର୍ବୃତ୍ତ ୧୫ ହଜାର ଟଙ୍କା ଓ ଗାଡ଼ି ଚାବି ଛଡ଼ାଇ ନେଇଗଲେ। ଖବର ପାଇ ପୁଲିସ ଏହି ଦଦରା ଗାଡ଼ିରେ ଦୁର୍ବୃତ୍ତଙ୍କ ପିଛା କରି ବିଫଳ ହେଲା। ଗାଡ଼ିର ଅବସ୍ଥା ଦେଖି କିଏ ଏହାର ଫିଟିନେସ୍‌ ପ୍ରମାଣପତ୍ର ଦେଇଛି ବୋଲି ଲୋକେ ପ୍ରଶ୍ନ କଲେଣି। ତେବେ ଥାନାକୁ ଏକ ନୂତନ ଗାଡ଼ି ଯୋଗାଇ ଦେବାକୁ ଅନେକ ଥର ଦାବି କରାଯାଇଛି ବୋଲି ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe