ପାଟପୁର: ୫ କୋଟିର ଗଞ୍ଜେଇ ଚାଷ ଉଜାଡ଼ିଲା ପୁଲିସ

Advertisment
ପାଟପୁର: ୫ କୋଟିର ଗଞ୍ଜେଇ ଚାଷ ଉଜାଡ଼ିଲା ପୁଲିସ

ପାଟପୁର: ପାଟପୁର ଥାନା ଅଧୀନ ଟି. ଗୋବିନ୍ଦପୁର ପଞ୍ଚାୟତର କେ. ନୂଆଗଡ଼ ନିକଟ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ସଦଳବଳେ ପୁଲିସ ସେଠାରେ ଚଢ଼ଉ କରି ପ୍ରାୟ ୬୦ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ କରିଥିବା ଜଣାପଡ଼ିଛି। ଏହି ଚଢଉରେ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ମାଜିଷ୍ଟ୍ରେଟ୍‌ ଦାୟିତ୍ଵରେ ଥିବା ଅତିରିକ୍ତ ତହସିଲଦାର, ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ, ଶେରଗଡ଼ ଥାନା ଅଧିକାରୀ ରମେଶ କୁମାର ଦାସ, ଧରାକୋଟ ଥାନା ଅଧିନାରୀ ସହଦେବ ମହାପାତ୍ରଙ୍କ ସମେତ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ରହି ଗଞ୍ଜେଇ ଚାଷ ନଷ୍ଟ କରିଥିଲେ। ନଷ୍ଟ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କା ହେବ।

publive-image

ସୂଚନାଯୋଗ୍ୟ ଯେ, ଗତ ୭ତାରିଖରେ ଏକ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିବା ସହ ୩୦ କୁଇଣ୍ଟାଲ ଗଞ୍ଜେଇ ଏହି ପଞ୍ଚାୟତ କୃଷ୍ଣପୁରରୁ ଜବତ କରାଯାଇଥିଲା। ଟି. ଗୋବିନ୍ଦପୁର ପଞ୍ଚାୟତର ଅଧିକାଂଶ ଗ୍ରାମ ତପ୍ତପାଣି ଜଙ୍ଗଲରେ ଥିବାରୁ ଚୋରାରେ ଗଞ୍ଜେଇ ଚାଷ ହେଉଥିବା ଜଣାପଡ଼ିଛି। ଏତେ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe