ଖଇରମାଲ ଜଙ୍ଗଲରେ ଗଞ୍ଜେଇ ଚାଷ ନଷ୍ଟ କଲା ପୁଲିସ

Advertisment
ଖଇରମାଲ ଜଙ୍ଗଲରେ ଗଞ୍ଜେଇ ଚାଷ ନଷ୍ଟ କଲା ପୁଲିସ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଫରେଷ୍ଟ ରେଞ୍ଜ ଅଧୀନ ଲମ୍ବଶରୀ ପଞ୍ଚାୟତ ଅନ୍ତର୍ଗତ ବଲମତୁମା ସଂରକ୍ଷିତ ଜଙ୍ଗଲ ଅଧୀନସ୍ଥ ଖଇରମାଲ ନିକଟ ଜଙ୍ଗଲରେ ଚାଷ ହୋଇଥିବା ବ୍ୟାପକ ପରିମାଣର ଗଞ୍ଜେଇ ଗଛକୁ ସୋମବାର ନଷ୍ଟ କରିଛି କଣ୍ଟାମାଳ ପୁଲିସ।

କଣ୍ଟାମାଳ ଥାନାଧିକାରୀ ନଳିନୀକାନ୍ତ ଦାସଙ୍କ ନେତୃତ୍ୱରେ ପୁଲିସ ଟିମ ଚଢ଼ଉ କରି ଖଇରମାଲ ନିକଟ ଜଙ୍ଗଲରେ ୩୯ ଏକର ପରିମିତ ଜଙ୍ଗଲ ଜମିରେ ଚାଷ ହୋଇଥିବା ପ୍ରାୟ ୫୮୫୦୦ ଗଞ୍ଜେଇ ଗଛକୁ କାଟି ପେଟ୍ରୋଲ ଢାଳି ପୋଡ଼ି ନଷ୍ଟ କରିଥିଲେ। ନଷ୍ଟ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା ହେବ ବୋଲି ପ୍ରାଥମିକ ଆକଳନରୁ ଥାନାଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe