ଭୁବନେଶ୍ୱର: ୩୦ ଲକ୍ଷ ଟଙ୍କା ସହ ଯୁବକଙ୍କୁ ଧରିଲା ପୁଲିସ, ଥାନାରେ ଅଟକ

Advertisment
ଭୁବନେଶ୍ୱର: ୩୦ ଲକ୍ଷ ଟଙ୍କା ସହ ଯୁବକଙ୍କୁ ଧରିଲା ପୁଲିସ, ଥାନାରେ ଅଟକ

Image Source-TelegraphIndia

ଭୁବନେଶ୍ୱର: ରାଜଧାନୀର ଖଣ୍ଡଗିରି ତପୋବନ ପେଟ୍ରୋଲ ପମ୍ପ ପାଖରୁ ୩୦ ଲକ୍ଷ ଟଙ୍କା ସହ ଜଣେ ଯୁବକ ଧରା ପଡ଼ିଥିବାର ଖବର ମିଳିଛି। ଖଣ୍ଡଗିରି ପୁଲିସ ଯୁବକଙ୍କୁ ଧରି ପଚରାଉଚରା କରୁଛି । ଉକ୍ତ ଯୁବକଜଣକ ପାରଳାଖେମୁଣ୍ଡିରୁ ଟଙ୍କା ଆଣିଥିବା ପୁଲିସ ଜାଣିବାକୁ ପାଇଛି। ଏକ ଅଖା ବ୍ୟାଗରେ ଟଙ୍କା ଧରି ବସକୁ ଅପେକ୍ଷା କରିଥିବା ବେଳେ ତାଙ୍କୁ ପୁଲିସ ଧରିଥିଲା।

ଟଙ୍କା ସହ ଅଟକ ଥିବା ଯୁବକଙ୍କ ନାମ ମହାବୀର ପ୍ରସାଦ ଦାସ ବୋଲି ଜଣାପଡ଼ିଛି । ଅନ୍ୟ ପକ୍ଷରେ ପ୍ରଳୟ କୁମାର ପାଢୀ ନାମକ ଜଣେ ଯୁବକ ଖଣ୍ଡଗିରି ଥାନାରେ ପହଂଚି ମହାବୀର ତାଙ୍କ ସାଙ୍ଗ ବୋଲି କହୁଛନ୍ତି । ପ୍ରଳୟ ପୁଲିସ ଆଗରେ କହିଛନ୍ତି ଯେ ସେ ପାନ ମସଲା ବ୍ୟବସାୟ କରନ୍ତି । ସେ ମହାବୀରକୁ ବକେୟା ଟଙ୍କା ଆଦାୟ କରିବାକୁ ପାରଳାଖେମୁଣ୍ଡି ପଠାଇ ଥିଲେ । .ତେବେ ଏତେ ପରିମାଣର ଟଙ୍କା ଦେଖି ପୁଲିସର ସନ୍ଦେହ ହେଉଛି ।

ଗତକାଲି କଟକରୁ ଏକ ଫାଇନାନ୍ସ ସଂସ୍ଥାରୁ ୧୦ କୋଟି ଟଙ୍କାର ସୁନା ଲୁଟ ପରେ କମିସନରେଟ ପୁଲିସ ବିଭିନ୍ନ ଜାଗାରେ ତନାଘନା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe