ଆନ୍ଦୋଳନରତ ଆୟୁଷ ଡାକ୍ତରଙ୍କୁ ଥାନାରେ ଅଟକ ରଖିଲା ପୁଲିସ

Advertisment
ଆନ୍ଦୋଳନରତ ଆୟୁଷ ଡାକ୍ତରଙ୍କୁ ଥାନାରେ ଅଟକ ରଖିଲା ପୁଲିସ

ଭୁବନେଶ୍ୱର: ଗତ ତିନି ଦିନ ହେଲା ନୟାପଲ୍ଲୀ ସ୍ଥିତ ଜାତୀୟ ସ୍ୱାସ୍ଥ୍ୟସେବା ମିଶନ କାର୍ଯ୍ୟାଳୟ ଆଗରେ ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବିରେ ଆନ୍ଦୋଳନ କରୁଥିବା ଡାକ୍ତରମାନଙ୍କୁ ପୁଲିସ ଜୋରେ ଜବରଦସ୍ତ ଧାରଣାସ୍ଥଳରୁ ଉଠାଇ ନେଇଛି। ସେମାନଙ୍କ ମଧ୍ୟରୁ ପୁଲିସ ୭୦ ଜଣ ଆୟୁଷ ଡାକ୍ତରଙ୍କୁ ଥାନାରେ ଅଟକ ରଖିଛି।
ସୂଚନାଯୋଗ୍ୟ ଯେ ରାଜ୍ୟର ୧୪୮୫ଜଣ ଆୟୁଷ ଡାକ୍ତର ଦୀର୍ଘ ୧୦ ବର୍ଷ ଧରି ଗ୍ରାମାଞ୍ଚଳରେ ସ୍ଥାସ୍ୟସେବା ଯୋଗାଇ ଦେଇଆସୁଛନ୍ତି ।ମାତ୍ର ଡାକ୍ତରମାନେ ଖୁବ୍‌ କମ୍‌ ଦରମା ପାଉଛନ୍ତି ବୋଲି ଅଭିଯୋଗ କରି ୭ମ ବେତନ କମିସନ ସୁପାରିଶ ଅନୁଯାୟୀ ଦରମା ପ୍ରଦାନ ଦାବିରେ ଆନ୍ଦୋଳନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe