ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ପୂର୍ବରୁ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟଙ୍କୁ ଗିରଫ କଲା ପୁଲିସ

Advertisment
ଦିଲ୍ଲୀ ବିମାନ ବନ୍ଦରରେ ବିଜେଡି ନେତାଙ୍କ ଅଭାବନୀୟ କାଣ୍ଡ ଓଡ଼ିଶାକୁ ଲଜ୍ଜିତ କରିଛି: ଯୁବମୋର୍ଚ୍ଚା

ବରଗଡ଼: ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ପୂର୍ବରୁ ଆଜି ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟଙ୍କୁ ପୁଲିସ ଗିରଫ କରିଥିବାର ଖବର ମିଳିଛି। ଇରାଶିଷଙ୍କୁ ଭଟଲିରୁ ଗିରଫ କରାଯାଇଥିବା ଜଣାଯାଇଛି। ଏଣେ  ବିଳମ୍ବିତ ରାତିରେ ବିଜେପି ଓ କଂଗ୍ରେସର  କେତେକ ନେତାଙ୍କୁ ପୁଲିସ୍ ଉଠାଇ ନେଇଥିବାର ଖବର ମିଳିଛି। ମମିତାଙ୍କୁ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଜୋରଦାର ବିରୋଧ କରାଯିବ ବୋଲି କଂଗ୍ରେସ ଓ ବିଜେପି ପକ୍ଷରୁ ଚେତାବନୀ ଦିଆଯିବା ପରେ ପୁଲିସ୍ ପ୍ରଶାସନ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।।

ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲାର ପଦ୍ମପୁରରୁ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ସମେତ ୮ଜଣ ନେତାଙ୍କୁ ପୁଲିସ୍ ଉଠାଇନେଇଛି।  ଏଣେ ବରଗଡ଼ରେ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ୫ ଜଣ କର୍ମୀଙ୍କୁ ଉଠାଇ ନେଇଛି ପୁଲିସ।

ଏଣେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨ଜଣ ଅତିରିକ୍ତ ଏସ୍ପି, ୧୦ ଜଣ ଡିଏସ୍ପି, ୩୦ ଜଣ ଏସ୍ଆଇ, ୪୦ ଜଣ ଏସ୍ଆଇ ଏବଂ ୨୦ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ। ଏଣେ ବିରୋଧୀ ଦଳଗୁଡ଼ିକ ମମିତା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି ଘୋଷଣା କରିଛନ୍ତି। ଯଦିଓ ମୁଖ୍ୟମନ୍ତ୍ରୀ କେବଳ ବିଜେପୁରରୁ ଗଣ୍ଡପାଲି ଯାଏ କାରରେ ଯିବେ, ତେଣୁ ଏହି ରାସ୍ତା ଉପରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ବରିଷ୍ଠ ପୁଲିସ୍ ଅଧିକାରୀମାନେ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି। ନିଜ ୨୫ ମିନିଟର ରହଣି କାଳରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବେ। ଏହାବାଦ୍ ଜିଲ୍ଲାବାସୀଙ୍କୁ ୨୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ। ୧୭୯.୬୬ କୋଟି ଟଙ୍କାର ୪୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ୧୧୫.୪୩ କୋଟି ଟଙ୍କାରେ ନିର୍ମିତ ୧୦୮ଟି ପ୍ରକଳ୍ପର ଉଦଘାଟନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe