ସମ୍ବଲପୁର-ଝାରସୁଗୁଡ଼ା ସୀମାନ୍ତ ଶ୍ରୀପୁରା ଛକରେ ବିଜେପି ଟିମକୁ ଅଟକାଇଲା ପୁଲିସ: ଠେଲକୁଲି ଥାନାରେ ଅଟକ

ସମ୍ବଲପୁର-ଝାରସୁଗୁଡ଼ା ସୀମାନ୍ତ ଶ୍ରୀପୁରା ଛକରେ ବିଜେପି ଟିମକୁ ଅଟକାଇଲା ପୁଲିସ: ଠେଲକୁଲି ଥାନାରେ ଅଟକ

ଝାରସୁଗୁଡ଼ା/ସମ୍ବଲପୁର: ସମ୍ବଲପୁର-ଝାରସୁଗୁଡ଼ା ଜିଲ୍ଲା ସୀମାନ୍ତ ଶ୍ରୀପୁରା ଛକରେ ବିଜେପି ଟିମକୁ ପୁଲିସ ରୋକିଥିବା ଜଣାଯାଇଛି। ଏହି ଟିମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ବିଧାୟକ କୁସୁମ ଟେଟେ, ଶଙ୍କର ଓରାମ, ପୂର୍ବତନ ମନ୍ତ୍ରୀ କେଭି ସିଂଦେଓ ଓ ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ସାମିଲ ଅଛନ୍ତି। ସେମାନଙ୍କୁ ଠେଲକୁଲି ଥାନାରେ ଅଟକ ରଖାଯାଇଛି। ଏହି ଟିମ୍ ସମ୍ବଲପୁର ଯାଇ ଆହତଙ୍କୁ ଭେଟିବାକୁ ଯାଇଥାନ୍ତେ ଏବଂ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥାନ୍ତେ। ଏବେ ଠେଲକୁଲି ଥାନାରେ ପୁଲିସ ଛାଉଣୀ ରହିଛି।

ଏନେଇ ମନମୋହନ ସାମଲ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ନବୀନ ବାବୁ ବିଜେପିର ଛାଇକୁ ଡରିଲେଣି। ସାଂସଦଙ୍କର ସ୍ବାଧିକାର ଭଙ୍ଗ ହୋଇଛି।

publive-image

ଏହି ପ୍ରସଙ୍ଗ ସଂସଦରେ ଉଠାଇବେ ବୋଲି କହିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ସେ କହିଛନ୍ତି, ଜିଲ୍ଲାପାଳ ବିଜେପି ନେତାଙ୍କୁ ଅଟକାଇବା ଆଦେଶ ବେଆଇନ୍। ଗତକାଲି ପ୍ରଶାସନ ଅନୁମତି ଦେଇଥିଲା, ହେଲେ ରାତିରେ କଣ ହୋଇଗଲା ଯେ ସେଥିଲାଗି ଅନୁମତି ନେଲାନି?  ସମ୍ବଲପୁରରେ ଅପରାଧୀମାନେ ଖୋଲାଖୋଲି ବୁଲୁଛନ୍ତି, ହେଲେ ସେମାନଙ୍କୁ କାହିଁକି ଗିରଫ କରାଯାଉନି? ମୁଖ୍ୟମନ୍ତ୍ରୀ ଜାପାନ ଯାଇପାରୁଛନ୍ତି, ହେଲେ ସମ୍ବଲପୁର ଆସିପାରିଲେନି। ନିଜର ଆହତ ଲୋକଙ୍କୁ ଭେଟିବାର ସୁଯୋଗ ଦିଆଯାଉନି କାହିଁକି? ସରକାର ଓ ପ୍ରଶାସନ ନିଜର ଦୋଷ ଦୁର୍ବଳତା ଲୁଚାଇବା ଲାଗି ଏଭଳି ପଦକ୍ଷେପ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe