ମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା ଘଟଣା: ମୁହଁ ଖୋଲିଲେ ପୁଲିସ ଡିଜି

Advertisment

ତଦନ୍ତ ନ ସରିବା ଯାଏ କିଛି କହିହେବନାହିଁ, କାହା ମନରେ କଣ ଅଛି ମହାପ୍ରଭୁ ହିଁ ଜାଣିପାରିବେ

ତଦନ୍ତ ନ ସରିବା ଯାଏ କିଛି କହିହେବନାହିଁ, କାହା ମନରେ କଣ ଅଛି ମହାପ୍ରଭୁ ହିଁ ଜାଣିପାରିବେ

ଆଇନଶୃଙ୍ଖଳା ଓ ମାଓ ଅପରେସନ୍‌ ନେଇ ଡିଜିଙ୍କ ବୈଠକ

Times of India

ଭୁବନେଶ୍ୱର : ଏହା ଏକ ସମ୍ବେଦନଶୀଳ ମାମଲା। ଘଟଣାର ପ୍ରଥମ ଦିନରୁ ଅପରାଧୀକୁ ଗିରଫ କରାଯାଇଥିଲେ ବି ଅପରାଧ ପଛର ରହସ୍ୟ ୨ରୁ ୪ ଦିନ ଭିତରେ ଜଣାପଡ଼ିବନାହିଁ। କିଛି କିଛି ତଥ୍ୟ ମିଳିଛି।

ତଦନ୍ତରେ ପୂର୍ଣ୍ଣତା ଆସିବାକୁ ସମୟ ଲାଗିବ। ମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା ଘଟଣାର ୬ଦିନ ପରେ ପୁଲିସ ମହାନିର୍ଦେଶକ ସୁନୀଲ ବଂଶଲ ମୁହଁ ଖୋଲି
ଏଭଳି କହିଛନ୍ତି।

ଶୁକ୍ରବାର ଦିନ ଭୁବନେଶ୍ବର ଡିଜି କ୍ୟାମ୍ପ ଅଫିସ୍‌ରେ ସାମ୍ବାଦିକମାନଙ୍କୁ ଡିଜି ଶ୍ରୀ ବଂଶଲ କହିଛନ୍ତି ଯେ, ଘଟଣାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ଦାୟିତ୍ବ ଦିଆଯାଇଛି। ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏକ ଟିମ୍‌ ସେଠାରେ ରହି ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି। ଶ୍ରୀ ବୋଥ୍ରାଙ୍କର ସିବିଆଇରେ କାମ କରିବାର ଅଭିଜ୍ଞତା ରହିଛି। ସେ କେବଳ ଓଡ଼ିଶା ନୁହେଁ ଦେଶର ଜଣେ ଭଲ ତଦନ୍ତକାରୀ ଅଫିସର ଭାବେ ଜଣାଶୁଣା। ତେଣୁ ହତ୍ୟା ପଛରେ ଥିବା ରହସ୍ୟ ନିଶ୍ଚିତ ପଦାକୁ ଆସିବ। ତଦନ୍ତକୁ ନିରପେକ୍ଷ କରିବା ଏବଂ ଯେଭଳି କୌଣସି ପ୍ରକାର ଆପତ୍ତି ନଆସେ; ସ୍ୱଚ୍ଛତା ପାଇଁ ସେଠାକାର ପୁଲିସଙ୍କୁ ବଦଳି କରାଯାଇଛି। ସେହିପରି ରାଜ୍ୟ ଫରେନ୍‌ସିକ୍‌ ଟିମ୍‌ ମଧ୍ୟ ତଦନ୍ତ କରୁଛି। ଯେଉଁ ଚିଠି ଜବତ କରାଯାଇଛି ସେ, କାହାର? କେତେ ଦିନ ତଳୁ ଲେଖାଯାଇଛି? ସେ ମାନସିକ ରୋଗରେ ଆକ୍ରାନ୍ତ ଥିଲେ କି ନାହିଁ? ସବୁର ତଦନ୍ତ ଚାଲିଛି। ତଦନ୍ତରେ ସହଯୋଗ କରିବାକୁ ଦରକାର ପଡ଼ିଲେ ସିଏଫ୍‌ଏସ୍‌ଏଲ୍‌ ଟିମ୍ ଆସିପାରେ। ଏଥିପାଇଁ କେନ୍ଦ୍ରର ସହଯୋଗ ନିଆଯିବ। ଗୃହ ମନ୍ତ୍ରାଳୟ ସହ ଆଲୋଚନା କରାଯାଇଛି।

ଡିଜି କହିଛନ୍ତି, ମନ୍ତ୍ରୀଙ୍କ ପିଏସଓଙ୍କ ପ୍ରାଥମିକତା ହେଲା ସୁରକ୍ଷା ଦେବା। କିନ୍ତୁ ସେ ସେଥିରେ ବିଫଳ ହେଲେ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଭବିଷ୍ୟତରେ ଯେଭଳି ଏଭଳି ଘଟଣାର ପୁନରାବୃତ୍ତି ନହୁଏ ସେଥିପାଇଁ ପଦକ୍ଷେପ ନେଇଛୁ। ଏସପିଜି ବିଶେଷଜ୍ଞଙ୍କ ସହ ଆଲୋଚନା ହୋଇଛି। ଏସ୍‌ପିଜି ଯେଉଁ ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରେ ତାହା ଓଡ଼ିଶାରେ ଲାଗୁକରାଯିବ। ଯାହା ନିୟମ ରହିଛି ତଦନୁସାରେ ପିଏସଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜି ଶ୍ରୀ ବଂଶଲ କହିଛନ୍ତି।

ମନ୍ତ୍ରୀଙ୍କ ଗସ୍ତ ଦିନ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ହେଲେ ସେ ଦିନ ଯାହା ଘଟିଲା ତାହା କଳ୍ପନା ବାହାରେ। ଯଦିଓ ଲୋକଙ୍କ ମୁଖ ଭଙ୍ଗିରୁ କିଛିଟା ଜଣାଡ଼େ; ହେଲେ କାହା ମନରେ କ’ଣ ଅଛି ତାକୁ ପଢ଼ିବା ଅତ୍ୟନ୍ତ କଠିନ। ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଜାଣିପାରି‌ବେ। କୌଣସି ଯନ୍ତ୍ର କି ମଣିଷ ଜାଣିବା ସମ୍ଭବ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe