ବୈଜୟନ୍ତଙ୍କ ବିରୋଧରେ ମାମଲା : କପି ପାଇଁ ଆବେଦନ କଲେ ସାଂସଦଙ୍କ ଓକିଲ

Advertisment
ବୈଜୟନ୍ତଙ୍କ ବିରୋଧରେ ମାମଲା : କପି ପାଇଁ ଆବେଦନ କଲେ ସାଂସଦଙ୍କ ଓକିଲ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଗତକାଲି ଟାଉନ୍‌ ଥାନାରେ ରୁଜୁ ହୋଇଥିବା ମାମଲାର ସାର୍ଟିଫାଏଡ୍‌ କପି ପାଇଁ ଆବେଦନ କରାଯାଇଛି। ଆଜି ସାଂସଦଙ୍କ ଓକିଲ ସୌଭାଗ୍ୟ କୁମାର ନାୟକ କୋର୍ଟରେ ଏହି ଆବେଦନ କରିଥିବା ଜଣାପଡ଼ିଛି। ବୈଜୟନ୍ତଙ୍କ ବିରୋଧରେ ଆଗତ ପ୍ରଥମ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। କେଉଁଦିନ ସେହି ମାମଲାର ଶୁଣାଣି କରାଯିବ ତାହା ସ୍ଥିର ହୋଇନାହିଁ । ଅଦ୍ୟାବଧି ଏସ୍‌ଡ଼ିଜେଏମ୍‌ଙ୍କ କୋର୍ଟରେ କେସ୍‌ ନଂ. ୨୧୭ ଓ ୨୬୭ରେ ଦୁଇଟି ମାମଲାର ଶୁଣାଣିକୁ ଅପେକ୍ଷା କରାଯାଇଛି ।

ସାଂସଦ ଶ୍ରୀ ପଣ୍ଡା ୨୦୧୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ବେଳେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ଗତ ମାର୍ଚ୍ଚ ୧୫ ତାରିଖରେ ଆଗତ ମାମଲା(ସିସି କେସ୍‌ ୨୧୭/୧୮)ର ଶୁଣାଣି ତାରିଖ ଆଜି ଥିବାରୁ ବେଶ୍‌ ଉତ୍ସୁକତା ଲାଗି ରହିଥିଲା । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଣେ ବରିଷ୍ଠ ଆଡଭୋକେଟ୍‌ କଟକ ଟାଙ୍ଗୀ ହରିଅଣ୍ଟର ରତ୍ନାକର ଲେଙ୍କା ଏହି ପିଟିସନ୍‌ ଦାଏର୍‌ କରିଥିଲେ। ମାନ୍ୟବର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଗଣମମାଧ୍ୟମ ପ୍ରତିନିଧି ଓ ଓକିଲ ଭିଡ଼ ଜମାଇଥିଲେ । ପୂର୍ବରୁ ଉକ୍ତ ମାମଲାକୁ ମେଣ୍ଟେନେବେୁଲ ଭାବେ ଗ୍ରହଣ କରି ବିଚାର ଆରମ୍ଭ ହେବ ବୋଲି ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ନିହାରରଂଜନ ସାହୁ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ବୈଜୟନ୍ତଙ୍କ ବିରୋଧରେ ଦିଲୀପ ଦାସଙ୍କ ଦ୍ୱାରା ଆଗତ ଅଭିଯୋଗ ବିଚାରକୁ ନେଇ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଟାଉନ୍‌ ଥାନାରେ କେସ ନଂ. ୬୭/୨୦୧୮ରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଉପରେ ଟାଉନ୍‌ ଥାନା ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବାରୁ ବୈଜୟନ୍ତଙ୍କ ପାଇଁ ଅଦାଲତି ଅଡ଼ୁଆ ବଢ଼ିପାରେ ବୋଲି ବିଭିନ୍ନ ମହଲରେ ଚର୍ଚା ଜୋର୍‌ ଧରିଛି। ଅନ୍ୟପଟେ ତଦନ୍ତ ଯେତେ ଆଗକୁ ବଢୁଛି ବୈଜୟନ୍ତଙ୍କ ପାଇଁ ଅଡ଼ୁଆ ମଧ୍ୟ ସେତିକି ବଢ଼ି ବଢ଼ି ଚାଲିଛି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe