ଗଣେଶ ବିସର୍ଜନ ପୂର୍ବରୁ ପୁଲିସର ଫ୍ଲାଗ୍‌ମାର୍ଚ୍ଚ

ଗଣେଶ ବିସର୍ଜନ ପୂର୍ବରୁ ପୁଲିସର ଫ୍ଲାଗ୍‌ମାର୍ଚ୍ଚ

ରାଉର‌କେଲା: ସହରରେ ଶହେରୁ ଅଧିକ ସ୍ଥାନରେ ପୂଜା ଯାଉଛନ୍ତି ଗଣେଶ। ଆସନ୍ତାକାଲି (ରବିବାର) ଓ ୧୦ରେ ପୂଜା କମିଟି ଗୁଡ଼ିକ ପକ୍ଷରୁ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତକାଲି ରାଉରକେଲା ମୁଖ୍ୟ ମାର୍ଗରେ ବିଶାଳ ବିସର୍ଜନ ଶୋଭାଯାତ୍ରା ବାହାରିବ। ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଜିଲ୍ଲା ପୁଲିସ ପକ୍ଷରୁ ଆଜି ସଂଧ୍ୟା ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ବରିଷ୍ଠ ପୁଲିସ ଅଧିକାରୀଙ୍କ ନେତୃତ୍ବରେ ଏକକାଳୀନ ଟ୍ରାଫିକ୍‌ ଗେଟ୍‌ ଓ ଗୋପବନ୍ଧୁପାଲୀରୁ ପୁଳିସର ଫ୍ଲାଗ୍‌ମାର୍ଚ୍ଚ ଆରମ୍ଭ ହୋଇଥିଲା। ମୁଖ୍ୟ ମାର୍ଗ ସହ ସହରର ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ଇଲାକାରେ ପୁଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି।

ପ୍ଳାଣ୍ଟସାଇଟ୍‌ ଥାନାରୁ ବାହାରିଥିବା ଫ୍ଲାଗ୍‌ମାର୍ଚ୍ଚ ମହତାବରୋଡ, ଜନତା ନିବାସ ଗଳି, ଡେଲିମାର୍କେଟ, ଟ୍ରାଫିକ୍‌ ଗେଟ୍‌, ରିଙ୍ଗରୋଡରେ ବାହାରିଥିଲା। ସେମିତି ଗୋପବନ୍ଧୁପାଲୀ, ମଧୁସୂଦନପାଲୀ ଅଞ୍ଚଳରେ ପୁଲିସର ଫ୍ଲାଗ୍‌ମାର୍ଚ୍ଚ କରାଯାଇଥିଲା। ‌ରାଧିକା ହୋଟେଲ ଛକ, ରେଲୱେ ଷ୍ଟେସନ ହୋଇ ଗାନ୍ଧିରୋଡ ଓ ଶେଷରେ ବିର୍ସା ମୁଣ୍ଡା ଛକରେ ଶେଷ ହୋଇଥିଲା। ପ୍ଳାଣ୍ଟସାଇଟ୍‌ ଥାନା ଅଧିକାରୀଙ୍କ ସହ ପୁଲିସର ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ଫ୍ଲାଗ୍‌ମାର୍ଚ୍ଚରେ ସାମିଲ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ବଶ୍ରା ଛକ, କେକରୀ ବେକରୀ, ଜିଟି ଲେନ୍‌, ଡେଲିମାର୍କେଟ ସମେତ ଏହାର ଆଖପାଖ ସ୍ଥାନରେ ୨୦ରୁ ଅଧିକ ଗଣେଶ ପୂଜା ପେଣ୍ଡାଲରୁ ଆସନ୍ତାକାଲି (ରବିବାର) ଅପରାହ୍ନରେ ବିସର୍ଜନ ଶୋଭାଯାତ୍ରା ବାହାରିବ। ଏଥିପାଇଁ ଜିଲ୍ଲା ପୁଲିସ ପକ୍ଷରୁ ୧୫ ପ୍ଲାଟୁନ୍‌ ପୁଲିସ କରାଯିବ। ଏସ୍‌ପି ମୁକେଶ କୁମାର ଭାମୋଙ୍କ ଉପସ୍ଥିତିରେ ବିସର୍ଜନ ବାହାରିବ। ଲାଲ୍‌ବିଳ୍‌ଡିଂ ଛକ, ପାୱାର ହାଉସ୍‌ ପାର୍କିଂ, ବାସନ୍ତୀ କଲୋନି ସମେତ ୧୨ରୁ ଅଧିକ ସ୍ଥାନରେ ଆସନ୍ତା ୧୦ରେ ବିସର୍ଜନ ଶୋଭାଯାତ୍ରା କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe