ଭୁବନେଶ୍ବର: ନିର୍ବାଚନକୁ ଆଖିଆଗରେ ରଖି ସାରା ରାଜଧାନୀରେ ବୁଲିଲା ୫୧ଟି ମୋବାଇଲ୍ ଭ୍ୟାନ। ସବୁ ଥାନା ଅଂଚଳରେ ହେଲା ଫ୍ଲାଗ ମାର୍ଚ୍ଚ। ଭୁବନେଶ୍ୱର ଡିସିପି କରିଲେ ତଦାରଖ। ଆଜି ନିର୍ବାଚନ ପ୍ରଚାର ଶେଷ ହୋଇଥିବା ବେଳେ କମିସନରେଟ୍ ପକ୍ଷରୁ ମୋବାଇଲ୍ ଭ୍ୟାନ ଦ୍ଵାରା ମାରାଥନ୍ ପେଟ୍ରୋଲିଂ ଆରମ୍ଭ କରାଯାଇଛି। ରିଜର୍ଭ ପଡ଼ିଆରୁ ବାହାରି ରାଜଧାନୀର ସବୁ ଥାନା ଅଞ୍ଚଳକୁ ଯାଇଛି ଗାଡ଼ି। ପ୍ରତ୍ୟେକ ମୋବାଇଲ୍ ଭ୍ୟାନରେ ରହିଥିଲେ ଅଫିସର। ସମସ୍ତ ପେଟ୍ରୋଲିଂ ବ୍ୟବସ୍ଥା ତଦାରଖ କରୁଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସମେତ ବରିଷ୍ଠ ଅନ୍ୟାନ ପୁଲିସ ଅଧିକାରୀ। ସେପଟେ ନିର୍ବାଚନକୁ ଆଖିଆଗରେ ରଖି ଭୁବନେଶ୍ୱର ୟୁପିଡିରେ ରାଜ୍ୟ ବାହାରର ପୁଲିସ, ଅର୍ଦ୍ଧସାମାରିକ ସୁରକ୍ଷା ବଳ ଓ କମିସନରେଟ ପୁଲିସ କର୍ମଚାରୀ ବୁଲି ବୁଲି କରିବେ ଫ୍ଲାଗ ମାର୍ଚ୍ଚ।
ନିର୍ବାଚନ ପାଇଁ ରାଜଧାନୀରେ ପୁଲିସର ଫ୍ଲାଗ ମାର୍ଚ୍ଚ
Advertisment
Follow Us