ସାଧାରଣ ନିର୍ବାଚନ: ବୀରମହାରାଜପୁରରେ ମତଦାନ ପୂର୍ବରୁ ପୁଲିସର ଫ୍ଲାଗମାର୍ଚ୍ଚ

ସାଧାରଣ ନିର୍ବାଚନ: ବୀରମହାରାଜପୁରରେ ମତଦାନ ପୂର୍ବରୁ ପୁଲିସର ଫ୍ଲାଗମାର୍ଚ୍ଚ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରାମହରାଜପୁରରେ ଶୁକ୍ରବାର ଦିନ ସିଏପିଏଫ ଏବଂ ସ୍ଥାନୀୟ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି।

ସୂଚନା ଅନୁସାରେ ଆସନ୍ତା ୨୦ ତାରିଖ ଦିନ ସାଧାରଣ ନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳା, ସ୍ୱଚ୍ଛତା, ନିରପେକ୍ଷ ତଥା ଅବାଧ ଭାବରେ ମତଦାନ କରିବା ପାଇଁ ପୁଲିସ୍ ଏହି କାର୍ଯ୍ୟକ୍ରମ କରିଛି। ବୀରାମହରାଜପୁର ଥାନା ପରିସରରୁ ଆଇଆଇସି ଶୋଭାକାର ସେଠଙ୍କ ତତ୍ତ୍ବାବଧାନରେ ସିଏପିଏଫର ଚାରି ପ୍ଳାଟୁନ ପୁଲିସ୍ ଫୋର୍ସ ବାହାରି ବୀରମହାରାଜପୁର ମୁଖ୍ୟ ଛକ ଦେଇ ହନୁମାନ ଛକ, ଉଫୁଲା, ଝାରକୁମୁଣ୍ଡାରେ ଫ୍ଲାଗମାର୍ଚ୍ଚ କରିବା ସହ ଜନସାଧାରଣଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ଥାନା ପୁଲିସ ସବ ଇନସ୍ପେକ୍ଟର ଅବିନାଶ ପଧାନ ଓ ଏଏସ୍ ଆଇ ବୁଡୁ ଭୋଇ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe