ଦିନକ ପରେ ବଡ଼ଦିନ: ଘୁମୁସର ଉଦୟଗିରିରେ ପର୍ବ ପାଳନ ପୂର୍ବରୁ ଫ୍ଲାଗ୍‌ ମାର୍ଚ୍ଚ କଲା ପୁଲିସ୍‌

ଦିନକ ପରେ ବଡ଼ଦିନ: ଘୁମୁସର ଉଦୟଗିରିରେ ପର୍ବ ପାଳନ ପୂର୍ବରୁ ଫ୍ଲାଗ୍‌ ମାର୍ଚ୍ଚ କଲା ପୁଲିସ୍‌

ଘୁ.ଉଦୟଗିରି: ପାଖେଇ ଆସିଲାଣି ବଡ଼ଦିନ। ଅର୍ଥାତ ଦିନକ ପରେ ଖ୍ରୀଷ୍ଟ ସମ୍ପ୍ରଦାୟର ପବିତ୍ର ବଡ଼ଦିନ ଧୁମଧାମରେ ପାଳନ ହେବ। ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପଟରେ ଏହି ପର୍ବ କିଭଳି ଶାନ୍ତି ଶୃଙ୍ଖଳା ସହ ସାରା ଅଞ୍ଚଳରେ ପାଳିତ ହେବ ସେଥି ନିମନ୍ତେ ଶନିବାର ସ୍ଥାନୀୟ ପୁଲିସ ବିଭାଗ ଦ୍ୱାରା ଆଦର୍ଶ ଥାନାରୁ ଏକ ପ୍ଲାଟୁନ ଫୋର୍ସ  ଧରି ସ୍ଥାନୀୟ ଆଇଆଇସି ଅଜୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ନୂତନ ହାଟ ଠାରୁ ପୁଲିସ ଫ୍ଲାଗ ମାର୍ଚ୍ଚରେ ବାହାରି ବନ୍ଧ ଛକ ଗାନ୍ଧୀଛକ ସମେତ କଳିଙ୍ଗା ଛକ ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ କରିଥିଲେ। ପବିତ୍ର ବଡ଼ଦିନ ଶାନ୍ତି ମୈତ୍ରୀର ପର୍ବ ଏକ୍ସ-ମାସକୁ ଦୃଷ୍ଟିରେ ରଖି ପୁଲିସ ଦ୍ୱାରା ସହରର ପରିକ୍ରମା କରିବା ସହ ଗ୍ରାମାଞ୍ଚଳରେ ମଧ୍ୟ ନିଜ ଉପସ୍ଥିତିକୁ ଜାହିର କରି ଫ୍ଲାଗ ମାର୍ଚ୍ଚ କରିଛି।

publive-image

ପବିତ୍ର ବଡ଼ଦିନ କିଭଳି ଶାନ୍ତି ଶୃଙ୍ଖଳାରେ ପାଳିତ ହେବ ସେ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସହରର ସମସ୍ତ ଚର୍ଚ୍ଚରେ ପୁଲିସ ମୁତୟନ କରାଯିବ ବୋଲି ସୂଚନା ରହିଥିବା ବେଳେ ସହରର ପ୍ରବେଶ ପଥରେ ନାକା କରାଯାଇ ଯାନବାହାନ ଯାଞ୍ଚ କରିବା ସହିତ ସୁରକ୍ଷା ବଢ଼ାଯିବ,ଏନେଇ ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି। ତେବେ ପବିତ୍ର ବଡ଼ଦିନ ଏବଂ ଇଂରାଜୀ ନବ ବର୍ଷ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe