ଧଉଳି ଥାନାଞ୍ଚଳରେ ବ୍ୟାପକ ପୁଲିସ ମୁତୟନ

Advertisment
ଧଉଳି ଥାନାଞ୍ଚଳରେ ବ୍ୟାପକ ପୁଲିସ ମୁତୟନ

Odisha News In English

ଧଉଳି:ଭୁବନେଶ୍ବର ବ୍ଲକ ଅଧୀନ ଧଉଳି ଥାନା ଅଧୀନ ଧଉଳି, ଶିଶୁପାଳଗଡ଼,ଲିଙ୍ଗିପୁର ଟିକରପଡ଼ା ଏବଂ ଇଟିପୁର ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ହେବ। ମତଦାନ ବେଳେ ବୁଥ ନିକଟରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ନଉପୁଜିବ ସେନେଇ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏନେଇ ୬ଟି ମୋବାଇଲ ଟିମ ସମେତ ୨ଟି ଫ୍ଲାଇଂ ସ୍କ୍ବାର୍ଡ଼ ଟିମ ଉପରୋକ୍ତ ପଞ୍ଚାୟତ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବେ।

ଏଥିସହିତ ପୁଲିସ ଫୋର୍ସ ଏବଂ ରିଜର୍ଭ ପୁଲିସ ଫୋର୍ସମାନଙ୍କୁ ମଧ୍ୟ ନିୟୋଜିତ କରାଯିବ ବୋଲି ଥାନା ଅଧିକାରୀ ଚିତ୍ତରଞ୍ଜନ ରାଉତ କହିଛନ୍ତି। କୌଣସି ସ୍ଥାନରେ ବା ବୁଥ ନିକଟରେ ଗଣ୍ଡଗୋଳ ଘଟିବା ଖବର ମିଳିବା କ୍ଷଣି ଉକ୍ତ ଟିମ ସେଠାରେ ପହଞ୍ଚି ଶାନ୍ତିରୃଙ୍ଖଳା ରକ୍ଷା ନେଇ ପଦକ୍ଷେପ ଗ୍ରହଣ କରିବେ । ପ୍ରତି ବୁଥ ନିକଟରେ ଜଣେ ଲେଖାଏଁ ପୁଲିସ କର୍ମଚାରୀ , ସୁରକ୍ଷା କର୍ମୀ ଅଥବା ଗୃହରକ୍ଷୀଙ୍କୁ ମୁତୟନ କରାଯିବ ବୋଲି ସୂଚନା ମିଳିଛି। ଆଡ଼ିସିନାଲ ଡିସିପି ଆରକେ ସେନାପତି ଏବଂ ଏସିପି ଅରୁଣ କୁମାର ସ୍ବାଇଁ ସମସ୍ତ ଆଇନ ଶୃଙ୍ଖଳା ଦାୟିତ୍ବ ତଦାରଖ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe