ସମଲିଙ୍ଗୀ ପ୍ରେମୀଯୁଗଳଙ୍କୁ କନ୍ଧମାଳରୁ ଠାବ କଲା ପୁଲିସ

Advertisment
ଧରାପଡ଼ିଲେ ପ୍ରେମୀଯୁଗଳ, ‘ଲଭ୍‌ ଜିହାଦ୍‌’ ସନ୍ଦେହ !

davidsanger.com

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକ ଅଞ୍ଚଳରେ ଏକ ସମଲିଙ୍ଗୀ ପ୍ରେମ ଚର୍ଚ୍ଚାର ବିଷୟ ହୋଇଛି। ଫେରାର୍‌ ହୋଇଥିବା ସମଲିଙ୍ଗୀ ପ୍ରେମୀ‌ଯୁଗଳକୁ ପୁଲିସ ଠାବ କରିଛି। ସେମାନଙ୍କ ମଧ୍ୟରୁ ଜଣେ ନାବାଳିକାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବାବେଳେ ଯୁବତୀ ଜଣଙ୍କୁ ଗିରଫ କରିଛି କୋର୍ଟ ଚାଲାଣ କରିଛି। ଚାରିଛକ ଅଞ୍ଚଳର ଜଣେ ୨୪ ବର୍ଷୀୟ ଯୁବତୀ ଓ ଜଣେ ୧୪ବର୍ଷର ନାବଳିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେମାନଙ୍କର ଅସ୍ୱାଭାବିକ ହାବଭାବ ଓ ଗତିବିଧି ଦେଖି ନାବଳିକାଙ୍କ ପରିବାର ଲୋକ ସନ୍ଦେହ କରି ଝିଅକୁ ବାଟକୁ ଫେରାଇ ଆଣିବା ପାଇଁ କନ୍ଧମାଳ ଜିଲ୍ଲା ଖଜୁରିପଡା ଅଞ୍ଚଳରେ ରହୁଥିବା ମଉସା ଓ ମାଉସୀଙ୍କ ଘରେ ନେଇ ଛାଡ଼ି ଆସିଥିଲେ।

ମାତ୍ର ଯୁବତୀ ଜଣକ କୌଣସି ମତେ ଏକଥା ଜାଣି ପାରି ସେଠାରେ ପହଞ୍ଚି ଯାଇଥିଲେ। ସେମାନଙ୍କ ସମ୍ପର୍କ ବିଷୟରେ ନାବଳିକାର ମଉସା ମାଉସୀ କିଛି ଜାଣି ନଥିବାରୁ ଏହାର ସୁଯୋଗ ନେଇ ଉଭୟ ସାକ୍ଷାତ କରୁଥିଲେ। ଦୁହେଁ କୌଶଳ କ୍ରମେ ଗତ ୨୯ ତାରିଖରେ ସେଠାରୁ ଫେରାର ମାରିଥିଲେ। ନାବଳିକାକୁ ଖୋଜାଖୋଜି କରି ପତ୍ତା ନପାଇବାରୁ ତାଙ୍କର ମାଉସୀ ଏକଥା ତାଙ୍କ ବାପାମା’ଙ୍କୁ ଜଣାଇଥିଲେ। ରବିବାର ପରିବାର ଲୋକ ଖଜୁରିପଡ଼ା ଥାନାରେ ଅଭିଯୋଗ କରିଥିଲେ। ଖଜୁରିପଡ଼ା ପୁଲିସ ଏନେଇ ଥାନାରେ ଏକ ମାମଲା ରୁଜୁକରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। କନ୍ଧମାଳ ଜିଲ୍ଲା ଚକାପାଦରୁ ସେମାନଙ୍କୁ ଠାବ କରି ଉଭୟଙ୍କୁ ଥାନାକୁ ଆଣି ପଚରାଉଚରା ପରେ ପୁଲିସ ନାବଳିକାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ଏବଂ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe