Verywell Mind
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲଙ୍କ ବର୍ବରତା ଦେଖିବାକୁ ମିଳିଛି। ଏହି ଜିଲ୍ଲାର ବଦଲି ଗ୍ରାମରେ ଗତକାଲି ରାତିରେ ନକ୍ସଲ ଜଣେ ଗ୍ରାମବାସୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ପୁଲିସ ଇନଫର୍ମର ସନ୍ଦେହରେ ନକ୍ସଲ ଏହି ନୃଶଂସ କାଣ୍ଡ ଘଟାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ସଶସ୍ତ୍ର ନକ୍ସଲ ବଦଲି ଗ୍ରାମରେ ପହଞ୍ଚି ରାମ କଶ୍ୟପ ନାମକ ବ୍ୟକ୍ତିଙ୍କୁ ଖୋଜିଥିଲେ। ପରିବାର ଲୋକଙ୍କ ସମ୍ମୁଖରେ ହିଁ ରାମଙ୍କୁ ତାଙ୍କ ଘରୁ ଘୋଷାରି ଘୋଷାରି ଗାଁର ଶେଷ ମୁଣ୍ଡକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ପୁଲିସ ଇନଫର୍ମର ବୋଲି ଏକତରଫା ବିଚାର କରି ନିର୍ଧୂମ ପିଟିଥିଲେ। ରାମ ଯେତେ କାକୁତି ମିନତି ହେଲେ ମଧ୍ୟ ନକ୍ସଲ ଛାଡ଼ି ନଥିଲେ। ଦରମରା ଅବସ୍ଥାରେ ତଳେ ପକାଇବା ପରେ ଶେଷରେ ଗୋଟିଏ ଧାରୁଆ ଅସ୍ତ୍ରରେ ବେକକୁ କାଟି ଦେଇଥିଲେ। ଶବକୁ ଗାଁ ନିକଟସ୍ଥ ଗୋଟିଏ ଜମିରେ ଫିଙ୍ଗିଦେଇ ଚାଲି ଯାଇଥିଲେ।
Follow Us