ପୁଲିସ ଇନଫର୍ମର ସନ୍ଦେହ: ବୃଦ୍ଧଙ୍କୁ ହତ୍ୟା କଲେ ମାଓବାଦୀ

ଛତିଶଗଡ଼ର ସୁକମା ଜିଲ୍ଲା ସୀମାନ୍ତ ମାଲକାନଗିରିରେ ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କୁ ସେହି ଗାଁର କାଲୁମୁ ହିଡମା ଭାବରେ ଚିହ୍ନଟ କରାଯାଇଛି...

Police informer suspects, Maoists killed elderly man

Police informer suspects, Maoists killed elderly man Photograph: (sambad.in)

ମାଲକାନଗିରି: ଛତିଶଗଡ଼ର ସୁକମା ଜିଲ୍ଲା ସୀମାନ୍ତ ମାଲକାନଗିରିରେ ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି।

ଘଟଣାଟି ପୋଟାପଡ଼ା ଗାଁରେ ଘଟିଛି। ମୃତ ବୃଦ୍ଧଙ୍କୁ ସେହି ଗାଁର କାଲୁମୁ ହିଡମା ଭାବରେ ଚିହ୍ନଟ କରାଯାଇଛି। ସେ ପୂର୍ବତନ ବିଧାୟକ ମନୀଷ କୁଞ୍ଜାମଙ୍କ ଶ୍ୱଶୁରଙ୍କ ସାନ ଭାଇ।

ପୁଲିସ ସହିତ ତାଙ୍କର ସମ୍ପର୍କ ରହିଥିବା ସନ୍ଦେହ କରି, ମାଓବାଦୀମାନେ ତାଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ଖବର ପାଇ ପୁଲିସ ପକ୍ଷରୁ ମାଓବାଦୀଙ୍କ ସନ୍ଧାନରେ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି।

ଅଧିକ ପଢ଼ନ୍ତୁ: ସିଂହ ଛୁଆକୁ ଆଦର କରି କୋଳ‌ରେ ବସାଇ କ୍ଷୀର ପିଆଇଲେ ମୋଦୀ

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ଛତିଶଗଡ଼ର ବଡଗିଚେରେ ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଦୁଇ ଜଣ ଯୁବକଙ୍କୁ ହତ୍ୟା କରିଥିଲେ।

ଅଧିକ ପଢ଼ନ୍ତୁ: ଭାରତରୁ ଟଙ୍କା ଉଠେଇ ନେଇ ଚୀନରେ ନିବେଶ କରୁଛନ୍ତି ବିଦେଶୀ ନିବେଶକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe