Image courtesy Kalinga TV
ଭୁବନେଶ୍ବର: ଓଡ଼ିଆ ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଆଜି ଲୋକପ୍ରିୟ ନାୟିକା ପ୍ରକୃତି ମିଶ୍ରଙ୍କୁ ମାଡ଼ ମାରୁଥିବାର ଏକ ଭିଡିଓ ଭାଇରାଲ୍ ହେବା ପରେ ଭୁବନେଶ୍ବରସ୍ଥିତ ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ପ୍ରକୃତି ମିଶ୍ରଙ୍କ ମା’ଙ୍କ ଅଭିଯୋଗ କ୍ରମେ ଘଟଣାସ୍ଥଳରେ ପହଞ୍ଚି ପୁଲିସର ଏକ ଟିମ୍ ସିଟିସିଭି ଯାଞ୍ଚ କରୁଛନ୍ତି।
ଥାନାରେ ମାମଲା ରୁଜୁ ହେବା ପରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ କହିଛନ୍ତି, ପ୍ରମାଣ ଆଧାରରେ ଘଟଣାର ତଦନ୍ତ ହେବ। ଡିସିପି କହିଛନ୍ତି ଯେ, ପ୍ରକୃତି ମିଶ୍ରଙ୍କ ମା’ କୃଷ୍ଣପ୍ରିୟା ମିଶ୍ର ଥାନାରେ ଅଭିଯୋଗ କରିଛନ୍ତି ଯେ ଝିଅ କାମକୁ ଯିବା ସମୟରେ କିଛି ଲୋକ ତା’ ଗାଡ଼ିକୁ ଅଟକାଇଥିଲେ। ଝିଅକୁ ମାନସିକ ଓ ଶାରୀରିକ ଆଘାତ ଦେଇଥିଲେ। ଏନେଇ ଥାନାରେ ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ହେବ। ପ୍ରମାଣ ଆଧାରରେ ତଦନ୍ତ ପରେ ସବୁ କଥା ଜଣାପଡ଼ିବ।
Follow Us