ପୁଲିସ୍ ଜିପ୍‌କୁ ଧକ୍କା ଦେଲା ଟ୍ରକ୍, ଜଣେ ଅଧିକାରୀ ସହ ୨ କର୍ମଚାରୀ ଆହତ

ସ୍କୁଲ୍‌ ବସ୍‌କୁ ଧକ୍କା ଦେଲା ଡମ୍ପର୍‌, ୨୮ଛାତ୍ର ଆହତ

ଜମନକିରା: ଜମନକିରା ଥାନା ୫୩ ନଂ ଜାତୀୟ ରାଜପଥର ବଡରମା ଘାଟି ନିକଟରେ ଏକ ପୁଲିସ ଜିପ୍‌କୁ ପଛ ପଟରୁ ମାଲବାହୀ ଟ୍ରକ ଧକ୍କା ଦେଇଥିଲା। ଫଳରେ ଜଣେ ପୁଲିସ ଅଧିକାରୀଙ୍କ ସହ ୨ କର୍ମଚାରୀ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ସକାଳ ପ୍ରାୟ ୯ଟାରେ ଦେବଗଡ଼ ଡିଏସ୍‌ପି ଅମ୍ରିତା ମହାନ୍ତି ଏକ ବଲେରୋ (ଓଆର୍‌ ୦୫ ଏବି ୫୩୩୧)ରେ ଅଫିସ୍‌ କାମରେ ସମ୍ବଲପୁର ଯାଉଥିଲେ। ବଡରମା ଘାଟି ନିକଟରେ ପଛପଟୁ ଏକ ଟ୍ରକ୍ (ଡବ୍ଲ୍ୟୁବି ୩୩ ସି ୯୩୯୬) ଧକ୍କା ଦେଇଥିଲା। ଫଳରେ ବଲେରୋଟି ରାସ୍ତା କଡକୁ ଖସି ଯାଇଥିଲା। ଏଥିରେ ଡିଏସ୍‌ପିଙ୍କ ସହ ଏସ୍‌ଆଇ ମନୋଜ ସାହୁ ଓ ଡ୍ରାଇଭର ଉମାକାନ୍ତ ପ୍ରଧାନ ଆହତ ହୋଇଥିଲେ। ଆହତ ମାନଙ୍କୁ ଜମନକିରା ପୁଲିସ ଉଦ୍ଧାର କରି ସମ୍ବଲପୁର ଡାକ୍ତରଖାନା ପଠାଇବା ସହ ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe