ଆନ୍ଦୋଳନରତ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପୁଲିସ୍‌ର ଲାଠି ମାଡ଼, ଜଣେ ଆହତ

Advertisment
ଆନ୍ଦୋଳନରତ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପୁଲିସ୍‌ର ଲାଠି ମାଡ଼, ଜଣେ ଆହତ

ସମ୍ବଲପୁର :ସୋମବାର ଆମ୍ବୁଲାନ୍ସ କର୍ମଚାରୀମାନେ ଉତ୍ତରାଂଚଳ ଆର୍‌ଡିସି କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଚେଷ୍ଟା କରିବା ବେଳେ ପୁଲିସ୍‌ ସହିତ ମୁହାଁମୁହିଁ ହୋଇଛନ୍ତି। ପୁଲିସ୍‌ ସେମାନଙ୍କୁ ଘଉଡ଼ାଇବା ପାଇଁ ମୃଦୁ ଲାଠିଚାଳନା କରିଥିବା ବେଳେ ଅମିତ କୁମାର ବାନି ନାମକ ଝାରସୁଗୁଡ଼ା ଜିଲ୍ଲାର ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଆହତ ଅମିତଙ୍କୁ ସମ୍ବଲପୁର ସଦର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି।

ସ୍ୱାସ୍ଥ୍ୟ ମିସନ ଅଧୀନରେ ଥିବା ଜିକ୍ୱିଜା ହେଲ୍ଥ କେୟାର ଲିମିଟେଡ ରାଜ୍ୟର ଆମ୍ବୁଲାନ୍ସ ସେବା ପରିଚାଳନା କରୁଛିି। କଂପାନିକୁ ହଟାଇ ସରକାର ଆମ୍ବୁଲାନ୍ସ ପରିଚାଳନା ନିଜ ହାତକୁ ନେବା ସହ ସଂଘ ସଭାପତି ମନୋଜ ସାହୁଙ୍କ ନାମରେ ଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର, ୪ ମାସର ବକେୟା ମଜୁରି ପ୍ରଦାନ ଆଦି ଦାବିରେ ଗତ ୨୦ ଡିସେମ୍ବରରୁ ସେମାନେ ଉତ୍ତରାଂଚଳ ଆର୍‌ଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ଟି ଜିଲ୍ଲାର କର୍ମଚାରୀ ଧାରଣାରେ ବସିଥିଲେ। ଟାଉନ ଥାନା ପୁଲିସ୍‌ ଜାନୁଆରି ୪ ତାରିଖ ରାତି ୧୧ଟାରେ ସେମାନଙ୍କୁ ଉଠାଇ ଆଣିିଥିଲା। ୫ ଜାନୁଆରି ଦିନ ୩୫୭ ଜଣଙ୍କୁ କୋର୍ଟଚାଲାଣ କରିଥିଲେ।

ସମ୍ବଲପୁର ମଣ୍ଡଳ ଜେଲ୍‌ ହାଜତରେ ଥିବା ଏହି କର୍ମଚାରୀମାନଙ୍କ ନସର୍ତ୍ତ ଖଲାସ କରିବା ଓ ଅନ୍ୟାନ୍ୟ ଦାବି ପୂରଣ କରିବା ଦାବିରେ ସୋମବାର ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ କର୍ମଚାରୀ ଆର୍‌ଡିସି ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ଅପରାହ୍‌ଣ ୨ଟାରେ ସେମାନେ ଆର୍‌ଡିସି କାର୍ଯ୍ୟାଳୟ ଭିତରକୁ ପଶିବା ପାଇଁ ଯାଉଥିବା ବେଳେ ପୁଲିସ୍‌ ଓ କର୍ମଚାରୀମାନଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ସେମାନଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‌ ସେମାନଙ୍କ ଉପରକୁ ଲାଠି ଚାଳନା କରିଥିଲା। ପୁଲିସ୍‌ର ଲାଠିମାଡ଼କୁ ନେଇ ଆମ୍ବୁଲାନ୍‌ସ୍‌ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe