ମୁହାଣ ଖୋଳାରୁ ରକ୍ତାକ୍ତ ସଂଘର୍ଷ: ଠେଙ୍ଗା, କାତି ବୁଲିଲା, ୭ ଗୁରୁତର, ପୁଲିସର ଲାଠିଚାର୍ଜ

Advertisment

ବାହୁଦା ବଡ଼ନାଳ ମୁହାଣ ଖୋଳାକୁ ନେଇ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ର ଉପକୂଳବର୍ତ୍ତୀ କତୁରୁ ଓ ରାମେୟାପ‌ାଟଣା ଗ୍ରାମବାସୀଙ୍କ ବିବାଦ ଆଜି ରକ୍ତାକ୍ତ ସଂଘର୍ଷର ରୂପ ନେଇଛି। ମୁହାଣ ଅଞ୍ଚଳ ରକ୍ତରଂଜିତ ହୋଇଛି।

Updated On

ବାହୁଦା ବଡ଼ନାଳ ମୁହାଣ ଖୋଳାକୁ ନେଇ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ର ଉପକୂଳବର୍ତ୍ତୀ କତୁରୁ ଓ ରାମେୟାପ‌ାଟଣା ଗ୍ରାମବାସୀଙ୍କ ବିବାଦ ଆଜି ରକ୍ତାକ୍ତ ସଂଘର୍ଷର ରୂପ ନେଇଛି। ମୁହାଣ ଅଞ୍ଚଳ ରକ୍ତରଂଜିତ ହୋଇଛି।

ଅଦ୍ୟତନ ହୋଇଛି
dgdgdgcvf

ଚିକିଟି: ବାହୁଦା ବଡ଼ନାଳ ମୁହାଣ ଖୋଳାକୁ ନେଇ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ର ଉପକୂଳବର୍ତ୍ତୀ କତୁରୁ ଓ ରାମେୟାପ‌ାଟଣା ଗ୍ରାମବାସୀଙ୍କ ବିବାଦ ଆଜି ରକ୍ତାକ୍ତ ସଂଘର୍ଷର ରୂପ ନେଇଛି। ମୁହାଣ ଅଞ୍ଚଳ ରକ୍ତରଂଜିତ ହୋଇଛି। ରାମେୟାପାଟଣା ଗାଁର କିଛି ଲୋକଙ୍କ ଠେଙ୍ଗା ଓ କାତି ମାଡ଼ରେ କତୁରୁ ଗାଁର ୭ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କତୁରୁ ଗାଁର ଜୟରାମ ବେହେରା(୪୦)ଙ୍କ ଅବସ୍ଥା ସଂକଟାପନ୍ନ ଅଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସଂଘର୍ଷ ରୋକିବାକୁ ଯାଇଥିବା ପୁଲିସ, ପ୍ରଶାସନିକ ଅଧିକାରୀ ଓ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ସମାଧାନ ବୈଠକ ଚାଲିଥିବା ବେଳେ ସଭା ଉପରକୁ ପଥର ଓ ବୋତଲ ମାଡ଼ ହେବାରୁ ଅନେକ ଆହତ ହୋଇଥିଲେ। ଫଳରେ ପୁଲିସକୁ ଲାଠି ଚାଳନା କରିବାକୁ ପଡ଼ିଥିଲା। ଏହାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏବେ ବି ଉଭୟ ଗାଁ ମଧ୍ୟରେ ଝକାପଞ୍ଝା ଲାଗି ରହିଛି। ଏଣୁ ସେହି ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

ସୂଚନା ଅନୁସାରେ ରାମେୟାପାଟଣା ଗ୍ରାମବାସୀ କୌଣସି ଆଲୋଚନା ନକରି କତୁରୁ ମୌଜାରେ ଥିବା ସର୍ବସାଧାରଣ ଜମିକୁ ଜବରଦଖଲ କରିଛନ୍ତି। 
ଏପରିକି ବଡ଼ନାଳ ସହ ସମୁଦ୍ରକୁ ଏକ ନୂଆ ମୁହାଣ ଖୋଳି ଦେଇଛନ୍ତି। ଫଳରେ ଜୀବନଜୀବିକା ପ୍ରଭାବିତ ହେବା ଆଶଙ୍କାରେ କତୁରୁ ଗ୍ରାମବାସୀ ଗତକାଲି ଏକାଠି ହୋଇ ରାମେୟାପାଟଣା ଗ୍ରାମବାସୀଙ୍କ ଦ୍ବାରା ଖୋଳା ଯାଇଥିବା ନୂଆ ମୁହାଣକୁ ପୋତି ଦେଇଥିଲେ। ଏହାକୁ ନେଇ ଦୁଇ ଗାଁର ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଖବର ପାଇ ପୁଲିସ ସେଠାରେ ପହଞ୍ଚି ଉଭୟ ଗାଁର ଲୋକଙ୍କୁ ବୁଝାସୁଝା ପରେ ମାମଲା ଶାନ୍ତ ପଡ଼ିଥିଲା। ଆଜି ଚିକିଟି ତହସିଲଦାର ବିଶ୍ବରଂଜନ କହଁର, ବିଡିଓ ଲକ୍ଷ୍ମଣ ଚରଣ ସୋରେନ୍‌ ଓ ଗୋଳନ୍ଥରା ଥାନା ଅଧିକାରୀଙ୍କ ସମେତ ଏକ ଫ୍ଲାଟୁନ୍‌ ଫୋର୍ସ ‌ମୁହାଣ ଖୋଳା ଯାଇଥିବା ଜାଗାକୁ ଯାଇଥିଲେ। ସେଠାରେ ପ୍ରଶାସନିକ ଅଧିକାରୀମାନେ କୁତୁରୁ ଗାଁର ଲୋକଙ୍କ ସହିତ ଆଲୋଚନା କରୁଥିଲେ। ମୁହାଣ ଖୋଳାକୁ ନେଇ ବିବାଦ ଉପୁଜିଥିବାରୁ ଉଭୟ ଗାଁର ୧୦ଜଣ ଲେଖାଏଁ ପ୍ରତିନିଧି ଆସି ଆଲୋଚନା କରିବାକୁ ପ୍ରଶାସନ ତରଫରୁ ପ୍ରସ୍ତାବ ଦିଆଯାଇଥିଲା।

 ଏହି ସମୟରେ ହଠାତ୍‌ ରାମେୟାପାଟଣା ଗାଁର କିଛି ଲୋକେ ସେଠାରେ ପହଞ୍ଚି ପଥର ମାଡ଼ କରିବା ସହିତ କାଚ ବୋତଲ ଫିଙ୍ଗି ଥିଲେ। ଏପରିକି ଲାଠିରେ ମଧ୍ୟ ଆକ୍ରମଣ କରିଥିଲେ। ଏହା ଦେଖି ପୁଲିସ ପ୍ରଶାସନିକ ଅଧିକାରୀଙ୍କୁ ସୁରକ୍ଷା ବଳୟକୁ ନେଇ ଲାଠି ଚାଳନା କରିଥିଲା। ଏହାପରେ ଆକ୍ରମଣକାରୀ ଛତ୍ରଭଙ୍ଗ ଦେଇଥିଲେ। କିଛି ସମୟ ପରେ ପୁଣିଥରେ ଆଉ ଏକ ଗୋଷ୍ଠୀ ମାରଣାସ୍ତ୍ର ଧରି ସେଠାକୁ ଆସି କୁତୁରୁ ଗାଁର ଲୋକଙ୍କୁ ଆକ୍ରମଣ କରିଥିଲେ। ଜୟରାମଙ୍କ ହାତ ପାପୁଲିରେ କାତି ଚୋଟ ପଡ଼ିଛି। ସେହିପରି ଟଙ୍କଧର ବେହେରା, ଦୁର୍ଯ୍ୟୋଧନ ବେହେରା, ପ୍ରବୀର ବେହେରା, ଭାନୁ ବେହେରାଙ୍କ ଶରୀରର ବିଭିନ୍ନ ସ୍ଥାନରେ କାତି ଚୋଟ ପଡ଼ିଛି। ତ୍ରିନାଥ ବେହେରା ଓ ପନ୍ମନାଭ ବେହେରା ମଧ୍ୟ ଆକ୍ରମଣରେ ଆହତ ହୋଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe