ପୁଲିସ-ଓକିଲ ବିବାଦ : ଅ‌ାପୋସ ସମାଧାନ ଉଦ୍ୟମ

Advertisment

ବୈଠକ ଡାକିଲେ ପୁଲିସ ମହାନିର୍ଦେଶକ, ବାର୍ ଆସୋସିଏସନ୍, ପୁଲିସ ମହାସଂଘ ସହ ତିନି ଘଣ୍ଟା ହେଲା ଆଲୋଚନା, ଆଜି ସାଧାରଣ ପରିଷଦ ବୈଠକ ଉପରେ ଆଖି

ବୈଠକ ଡାକିଲେ ପୁଲିସ ମହାନିର୍ଦେଶକ, ବାର୍ ଆସୋସିଏସନ୍, ପୁଲିସ ମହାସଂଘ ସହ ତିନି ଘଣ୍ଟା ହେଲା ଆଲୋଚନା, ଆଜି ସାଧାରଣ ପରିଷଦ ବୈଠକ ଉପରେ ଆଖି

ଜୁଲାଇ ୩୦ରୁ ପରୀ-୩ ଅଭିଯାନ, ଡିଜିପି କହିଲେ-ସମ୍ବେଦନଶୀଳ ମାମଲା ଉପରେ ଅଧିକ ଗୁରୁତ୍ୱ ଦିଆଯିବ

File Photo

କଟକ : ପୁଲିସ ଓ ଆଇନଜୀବୀଙ୍କ ବିବାଦ ଚରମ ସୀମାରେ ପହଞ୍ଚିବା ପରେ ଆଜି‌ ଶେଷରେ ଘଟଣାରେ ହସ୍ତକ୍ଷେପ କରିଛନ୍ତି ପୁଲିସ ଡିଜି ଡାକ୍ତର ଆର‌୍‌.ପି. ଶର୍ମା। ଆଜି ସନ୍ଧ୍ୟାରେ ଡିଜି ଡାକ୍ତର ଶର୍ମା ହାଇକୋର୍ଟ ବାର୍ ଆସୋସିଏସନ୍‌, ହାବିଲାଦାର କନେଷ୍ଟବଳ ଓ ସିପାହୀ ମହାସଂଘ କର୍ମକର୍ତାଙ୍କୁ ଡାକି ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି। ବକ୍ସିବଜାର ଆଇପିଏସ୍‌ ମେସ୍‌ରେ ପ୍ରାୟ ତିନି ଘଣ୍ଟା କାଳ ଉଭୟ ସଂଘ କର୍ମକର୍ତାଙ୍କ ସହିତ ଆଲୋଚନା ହୋଇଥିଲା। ତେବେ ଆଲୋଚନା ସକରାତ୍ମକ ଡଙ୍ଗରେ ହୋଇଥିବା କୁହାଯାଉଥିବା ବେଳେ ଆସନ୍ତାକାଲିର ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ‌ପରିଷଦ ବୈଠକ ଉପରେ ସଭିଙ୍କ ଆଖି ରହିଛି। ଆସନ୍ତାକାଲି ଦିନ ପ୍ରାୟ ୨ଟା ବେଳେ ବୈଠକ ବସିବାକୁ ଥିବା ବେଳେ ଆନ୍ଦୋଳନର ଭବିଷ୍ୟତ କ’ଣ ହେବ, ତାହା ସ୍ପଷ୍ଟ ହେଇଯିବ। ଅନ୍ୟପଟେ ଆସନ୍ତାକାଲି ହାଇକୋର୍ଟରେ ଆଇନଜୀବୀ ଦେବୀ ପଟ୍ଟନାୟକଙ୍କୁ ଆକ୍ରମଣ ସ˚କ୍ରାନ୍ତ ମାମଲାର ଶୁଣାଣି ହେବାର ସୂଚନା ମିଳିଛି।

ଅଗଷ୍ଟ ୨୮ ତାରିଖରେ ନୂଆବଜାରରେ ହାଇକୋର୍ଟ ଆଇନଜୀବୀ ଦେବୀ ପଟ୍ଟନାୟକଙ୍କୁ ଚାଉଳିଆଗଞ୍ଜ ଥାନାର ଚାରି ପୁଲିସ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣାକୁ ନେଇ ଅଗଷ୍ଟ ୨୯ ତାରିଖରୁ ରାଜ୍ୟବ୍ୟାପୀ ଆଇନଜୀବୀମାନେ ଆନ୍ଦୋଳନ ଚଳାଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଡିଜି ଡାକ୍ତର ଶର୍ମା ଆଜି ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ସଭାପତି, ସମ୍ପାଦକଙ୍କ ସମେତ ଅନ୍ୟ ବାର‌୍‌ର ପ୍ରତିନିଧିଙ୍କ ଉପସ୍ଥିତିରେ ଆପୋସ ସମାଧାନୀ ବୈଠ କ ଡାକିଥିଲେ। ବାର୍ କର୍ମକର୍ତା ବୈଠକରକୁ ଆସିବା ପରେ ସଂଧ୍ୟା ପ୍ରାୟ ୫ଟାରୁ ରାତି ପ୍ରାୟ ୮ଟା ଯାଏଁ ଆଲୋଚନା ଚାଲିଥିଲା।

ବୈଠକ ପରେ ଡିଜି ଡାକ୍ତର ଶର୍ମା କହିଛନ୍ତି, ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ଏବ˚ ଅନ୍ୟ ବାର‌୍‌ ଆସୋସିଏସନ୍‌ର ପ୍ରତିନିଧି ଏବ˚ ହାବିଲ୍‌ଦାର କନ୍‌ଷ୍ଟେବଳ ଓ ସିପାହୀ ମହାସ˚ଘର ପ୍ରତିନିଧିଙ୍କ ସହ ଆଲୋଚନା ସକାରାତ୍ମକ ଦିଗରେ ଆଗକୁ ବଢ଼ିଛି। କେମିତି ଏଇ ବିବାଦର ମିଳିତ ଭାବେ ସମାଧାନ କରାଯାଇପାରିବ, ସେ ନେଇ ଉଦ୍ୟମ କରାଯାଉଛି। ଆଶା କରାଯାଉଛି, ଖୁବ୍‌ ଶୀଘ୍ର ସମସ୍ୟାର ସମାଧାନ କରାଯିବ। ସମସ୍ତ ଆଇନଜୀବୀମାନଙ୍କୁ ନିବେଦନ କରାଯାଉଛି, ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ କାର୍ଯ୍ୟରେ ଯୋଗ ଦିଅନ୍ତୁ। ରାଜ୍ୟ ସରକାର ବି ଚାହୁଁଛନ୍ତି, ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆନ୍ଦୋଳନ ପ୍ରତ୍ୟାହାର ହେଉ।

ଅନ୍ୟପକ୍ଷରେ ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ସଭାପତି ଶ୍ରୀକାନ୍ତ ନାୟକ କହିଛନ୍ତି, ଆଜି ପୁଲିସ ଅଫିସର ଏବ˚ କଟକର ସମସ୍ତ ବାର‌୍‌ ଆସୋସିଏସନ ପ୍ରତିନିଧିଙ୍କୁ ନେଇ ଆଲୋଚନା କରିଛୁ। ସମସ୍ୟାର ସମାଧାନ ନେଇ ଆଶା ଅଛି। ଆସନ୍ତାକାଲି ଯାହା ହେବ, ସେ ସମ୍ପର୍କରେ ସମସ୍ତଙ୍କୁ ଜଣାଇବୁ। ସେହିପରି ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ସମ୍ପାଦକ ସତ୍ୟବ୍ରତ ମହାନ୍ତି କହିଛନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ତିନି ଘଣ୍ଟା ଧରି ଆଲୋଚନା ପର୍ଯ୍ୟାଲୋଚନା ହେଲା। ଅନେକ କଥାର ତର୍ଜମା ବି ରହିଲା। ଦାବି ଯାହା ରହିଥିଲା, ସେୟା ରହିଛି। ବିଚାର ବ୍ୟବସ୍ଥାକୁ ସମ୍ମାନ ଜଣାଇ ତାଙ୍କ କଥା କେମିତି ରହିବ, ସେଥିପାଇଁ ଭଲ ମାହୋଲରେ ଆଲୋଚନା କରାଯାଇଥିଲା। ଆମେ କିଛି ପ୍ରସ୍ତାବ ଦେଇଛୁ। ଆସନ୍ତାକାଲି ସାଧାରଣ ପରିଷଦ ବୈଠକ ଅଛି। ସେ ପ୍ରସ୍ତାବ ଆସନ୍ତାକାଲି ବୈଠକରେ ରଖିବୁ। ଶେଷ ନିଷ୍ପତ୍ତି ଯାହା ହେବ ସେ ସମ୍ପର୍କରେ ଅବଗତ କରାଯିବ।
ହାବିଲ୍‌ଦାର କନଷ୍ଟେବଳ ଓ ସିପାହୀ ମହାସ˚ଘର ସଭାପତି ସନ୍ତୋଷ ଶତପଥୀ କହିଛନ୍ତି, ସବୁ ପ୍ରସ˚ଗରେ ଆଜି ଆଲୋଚନା କରାଗଲା। ଆଶା କରାଯାଉଛି ଖୁବ ଶୀଘ୍ର ବିବାଦର ସମାଧାନ ହେବ।

ଏହି ବୈଠକରେ ପୁଲିସ କମିସନର ସତ୍ୟଜିତ ମହାନ୍ତି, ଆଜି ଅସିତ ପାଣିଗ୍ରାହୀ, ଡିସିପି ଅଖିଳେଶ୍ବର ସି˚ହ, ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଏବ˚ ଆଇନଜୀବୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe