ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

Advertisment
ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

କଣ୍ଟାମାଳ: କଣ୍ଟାମାଳ ଥାନା ଲମ୍ବସରି ପଞ୍ଚାୟତ ଟୁରିଦେଉଲ ନିକଟ ସଂରକ୍ଷିତ ଜଙ୍ଗଲରୁ ବ୍ୟାପକ ପରିମାଣର ଗଞ୍ଜେଇ ଗଛ ନଷ୍ଟକରାଯାଇଛି। କଣ୍ଟାମାଳ ଥାନା ଅଧିକାରୀ ନଳିନୀକାନ୍ତ ଦାସଙ୍କ ନେତୃତ୍ୱରେ ପୁଲିସ ଚଢ଼ଉ କରି ୪୬ ଏକର ଜଙ୍ଗଲ ଜମିରେ ଲାଗିଥିବା ୬୯ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରିଛି।

ସେହିପରି ଘଣ୍ଟାପଡ଼ା ପୁଲିସ ପକ୍ଷରୁ ଥାନା ଅଧିକାରୀ ବି.ଏନ୍‌. ଲୋଇଙ୍କ ନେତୃ୍ତ୍ବରେ ଉମା ପଞ୍ଚାୟତ ତେନ୍ତୁଳିମୁଣ୍ଡା ଜଙ୍ଗଲରେ ଚଢ଼ଉ କରି ୧୫ ଏକର ଜଙ୍ଗଲ ଜମିରେ ଲାଗିଥିବା ୨୨ ହଜାର ୫ ଶହ ଗଞ୍ଜେଇ ଗଛ ନଷ୍ଟକରିଛି। ମନମୁଣ୍ଡା ଥାନା ଅଧିକାରୀ ଅଶ୍ୱିନୀ ଭିତିରିଆଙ୍କ ନେତୃତ୍ବରେ ବିଳାସପୁର ପଞ୍ଚାୟତ ଥାର୍ଟିପାଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ୩୮ ଏକର ଜଙ୍ଗଲ ଜମିରେ ବେଆଇନ ଭାବରେ ଚାଷ ହୋଇଥିବା ୫୭ ହଜାର ଗଞ୍ଜେଇ ଗଛ ନଷ୍ଟକରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe