ତିର୍ଲିପୋଷି ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳି ବିନିମୟ: ଲୁଟ୍‌ ବିସ୍ଫୋରକର ସନ୍ଧାନ ମିଳିଲା, ସିଆର୍‌ପିଏଫ୍‌ ଯବାନ ଗୁରୁତର

Advertisment

ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅଧୀନ ବାଙ୍କୋ ପଥର ଖଣି ନିକଟରୁ ସଶସ୍ତ୍ର ମାଓବାଦୀଙ୍କ ଦ୍ବାରା ବିସ୍ଫୋରକ ଗାଡ଼ି ଲୁଟ୍‌ ହେବାର ତିନି ଦିନ ପରେ ଆଜି ଓଡ଼ିଶା ସୀମାନ୍ତ ସରଣ୍ଡା ଜଙ୍ଗଲର ତିର୍ଲିପୋଷିଠାରେ ଲୁଟ୍‌ ବିସ୍ଫୋରକର ସନ୍ଧାନ ମିଳିଛି।

ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅଧୀନ ବାଙ୍କୋ ପଥର ଖଣି ନିକଟରୁ ସଶସ୍ତ୍ର ମାଓବାଦୀଙ୍କ ଦ୍ବାରା ବିସ୍ଫୋରକ ଗାଡ଼ି ଲୁଟ୍‌ ହେବାର ତିନି ଦିନ ପରେ ଆଜି ଓଡ଼ିଶା ସୀମାନ୍ତ ସରଣ୍ଡା ଜଙ୍ଗଲର ତିର୍ଲିପୋଷିଠାରେ ଲୁଟ୍‌ ବିସ୍ଫୋରକର ସନ୍ଧାନ ମିଳିଛି।

dhfshsf

ବିଶ୍ରା/କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅଧୀନ ବାଙ୍କୋ ପଥର ଖଣି ନିକଟରୁ ସଶସ୍ତ୍ର ମାଓବାଦୀଙ୍କ ଦ୍ବାରା ବିସ୍ଫୋରକ ଗାଡ଼ି ଲୁଟ୍‌ ହେବାର ତିନି ଦିନ ପରେ ଆଜି ଓଡ଼ିଶା ସୀମାନ୍ତ ସରଣ୍ଡା ଜଙ୍ଗଲର ତିର୍ଲିପୋଷିଠାରେ ଲୁଟ୍‌ ବିସ୍ଫୋରକର ସନ୍ଧାନ ମିଳିଛି। ଶୁକ୍ରବାର ଅପରାହ୍‌ଣ ପ୍ରାୟ ଦୁଇଟା ବେଳେ ଜରେଇକେଲା ଥାନା ଅନ୍ତର୍ଗତ ତିର୍ଲିପୋଷି ଜଙ୍ଗଲରେ ସର୍ଚ ଅପରେସନ‌୍ ଚାଲିଥିବା ସମୟରେ ଯବାନମାନେ ଲୁଟ୍‌ ହୋଇଥିବା ବିସ୍ଫୋରକର ସନ୍ଧାନ ପାଇଥିଲେ। ଯବାନମାନଙ୍କୁ ଦେଖିବା ମାତ୍ରେ ଜଙ୍ଗଲରେ ଲୁଚିଥିବା ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏକ ଘଣ୍ଟା ଧରି ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ମାଓବାଦୀମାନେ ବିଛାଇଥିବା ଆଇଇଡି ବିସ୍ଫୋରଣ ହେବାରୁ ସିଆର୍‌ପିଏଫ୍‌ କୋବ୍ରା ୨୦୯ ବାଟାଲିୟନ୍‌ର ଯବାନ ସୁନୀଲ କୁମାର (୩୫) ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ଝାଡ଼ଖଣ୍ଡ ମନୋହରପୁର ହସ୍‌ପିଟାଲ ଓ ପରେ ରାଉରକେଲା ଆପୋଲୋ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍‌ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ମାଓବାଦୀମାନେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ମଧ୍ୟ କରିଥିବା ସୂଚନା ମିଳିଛି। ଜଙ୍ଗଲ ଭିତରେ ଗୁଳିଗୋଳା ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଉଛି। 

କୁହାଯାଉଛି ଯେ ଯେଉଁ ସ୍ଥାନରେ ବିସ୍ଫୋରକ ସବୁ ରଖାଯାଇଥିଲା ସେଠାରେ ବହୁସଂଖ୍ୟକ ମାଓବାଦୀ ‘ଆମ୍ବୁସ୍‌’ କରି ରହିଥିଲେ। ସର୍ଚ ଅପରେସନ୍‌ ସମୟରେ ମାଓ ଆଡ଼ାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ, ୟୁନିଫର୍ମ ଓ ଅନ୍ୟାନ୍ୟ ଦୈନନ୍ଦିନ ସାମଗ୍ରୀ ଜବତ ହୋଇଛି। ଏହି ମିଳିତ ଅପରେସନ୍‌ରେ ଝାଡ଼ଖଣ୍ଡ ଚାଇବାସା ପୁଲିସ ସହିତ ଝାଡ଼ଖଣ୍ଡ ଜାଗୁଆର ଓ ସିଆର୍‌ପିଏଫ୍‌ କୋବ୍ରା ବାହିନୀର ଯବାନ ସାମିଲ ହୋଇଛନ୍ତି। ବର୍ତ୍ତମାନ ସୁରକ୍ଷାବାହିନୀ ତିର୍ଲିପୋଷି ଜଙ୍ଗଲକୁ ଚାରିପାଖରୁ ଘେରି ରହିଛନ୍ତି। ସରଣ୍ଡା ଜଙ୍ଗଲ ମାଓ ଉପଦ୍ରୁତ ଅଞ୍ଚଳ ଭାବେ ଜଣାଶୁଣା। ପୂର୍ବରୁ ମଧ୍ୟ ଏଠାରେ ନକ୍ସଲମାନଙ୍କ ଆଡା ନଷ୍ଟ କରି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସ୍ଥାନୀୟ ପୁଲିସର ସୂଚନା ମୁତାବକ ସିପିଆଇ ମାଓ ସଂଗଠନର ଶୀର୍ଷ କମାଣ୍ଡର ମିସିର ବେସରା, ଅନମୋଲ, ମୋଛୁ, ଅନୀଲ, ଅସୀମ ମଣ୍ଡଳ, ଚମନ, ଅଜୟ ମାହାତୋ, ସାଗେନ ଅଙ୍ଗାରିଆ, ଅଶ୍ୱିନ ପ୍ରମୁଖ ଏହି ଅଞ୍ଚଳରେ ସକ୍ରିୟ ଅଛନ୍ତି ଏବଂ ସେମାନେ କିଛି ବଡ଼ ଷଡ଼୍‌ଯନ୍ତ୍ର ଯୋଜନା କରୁଥିଲେ। ଶୁକ୍ରବାର ହୋଇଥିବା ଅପରେସନ୍‌ରେ ମାଓବାଦୀମାନେ ଖସିଯିବାରେ ସଫଳ ହୋଇଛନ୍ତି। ତେବେ ଜବତ ହୋଇଥିବା ବିସ୍ଫୋରକ ବାଙ୍କୋ ନିକଟରୁ ଲୁଟ୍‌ ହୋଇଥିବା ବିସ୍ଫୋରକ କି ନୁହେଁ, ତାହା ଚାଇବାସା ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।

ଅନ୍ୟପକ୍ଷରେ ଶୁକ୍ରବାର ସକାଳେ ବଡ଼ଗାଁ ବାରୁଦ ଗୋଦାମର ମାଲିକ ଶ୍ରବଣ ଅଗ୍ରୱାଲ୍‌ଙ୍କୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ଡକାଯାଇଥିଲା। ପରେ ତାଙ୍କୁ ଉଦିତନଗର ଥାନାକୁ ନିଆଯାଇଥିଲା। ସେଠାରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ହରେକୃଷ୍ଣ ମାଝୀ ତାଙ୍କୁ ଜେରା କରିଥିଲେ। ବାରୁଦ ପଠାଇବା ସମୟରେ ଏସ୍‌ଓପି କାହିଁକି ପାଳନ କରାଯାଇ ନଥିଲା, ସେ ନେଇ ଶ୍ରୀ ଅଗ୍ରୱାଲଙ୍କୁ ପଚରାଉଚରା କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe