ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ୧୫ରୁ ୨୦ ରାଉଣ୍ଡ ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ। ଆଜି ଏସଓଜି ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିବା ବେଳେ ମାଓ କ୍ୟାମ୍ପ ଠାବ ହୋଇଥିଲା । ଯବାନଙ୍କୁ ଦେଖି ମାଓବାଦୀ ଗୁଳି ମାଓବାଦୀ ଚଳାଇଥିଲେ।
ତେବେ ଯବାନଙ୍କ ପ୍ରତିଆକ୍ରମଣ ପରେ କ୍ୟାମ୍ପ ଛାଡ଼ି ପଳାଇଛନ୍ତି ପ୍ରାୟ ୧୫ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ଏହି କ୍ୟାମ୍ପରୁ ଉନ୍ନତମାନର ୭ଟି ଗ୍ରେନେଡ, ୩ଟି ଜିଲୋଟିନ, ବ୍ଲାଷ୍ଟିଂ ମେସିନ ସମେତ ଅନେକ ସାମଗ୍ରୀ ଜବତ ହୋଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ସୂଚନା ଦେଇଛନ୍ତି।
Follow Us