ଓଡ଼ିଶାରୁ ୨୦ଜଣଙ୍କୁ ପୁଲିସ ପଦକ: ସୁରେଶ ଦେବଦତ୍ତ ସିଂହ ଓ ସଚ୍ଚିଦାନନ୍ଦ ରଥ ହେବେ ସମ୍ମାନିତ

ଓଡ଼ିଶାରୁ ୨୦ଜଣଙ୍କୁ ପୁଲିସ ପଦକ: ସୁରେଶ ଦେବଦତ୍ତ ସିଂହ ଓ ସଚ୍ଚିଦାନନ୍ଦ ରଥ ହେବେ ସମ୍ମାନିତ

Angikar

ଭୁବନେଶ୍ବର: ୭୮ତମ ସ୍ବାଧୀନତା ଦିବସ ସମାରୋହ ପାଳନ ଅବସରରେ ଓଡ଼ିଶାର ୨୦ଜଣଙ୍କୁ ପୁଲିସ ପଦକ ପ୍ରଦାନ କରାଯିବ। ଏନେଇ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ୨୦ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ପଦକ ମିଳିବାକୁ ଥିବା ବେଳେ ଅନ୍ୟ ୧୧ ଜଣଙ୍କୁ ଗୁଣାତ୍ମକ ସେବା ପାଇଁ ପୁରସ୍କୃତ କରାଯିବ। ସେହିପରି ୭ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ପ୍ରଦାନ କରାଯିବ।

ବିଶିଷ୍ଟ ସେବା ପାଇଁ ଅତିରିକ୍ତ ମହାନିର୍ଦ୍ଦେଶକ ସୁରେଶ ଦେବଦତ୍ତ ସିଂହ ଓ ଉପଆରକ୍ଷୀ ଅଧୀକ୍ଷକ ସଚ୍ଚିଦାନନ୍ଦ ରଥଙ୍କୁ ଏହି ପଦକ ପ୍ରଦାନ କରାଯିବ। ଗୁଣାତ୍ମକ ସେବା ପାଇଁ ଡେପୁଟି କମାଣ୍ଡାଣ୍ଟ କୌଶିକ ନାଏକ, ଡିଏସ୍‌ପି ସନତ କୁମାର ନାଥଶର୍ମା, ଡିଏସପି କବିତା ସାହୁ, କନଷ୍ଟେବଳ ପ୍ରମୋଦ କୁମାର ମହାନ୍ତ, ଏସଆଇ ପ୍ରଦ୍ୟୁମ୍ନ କୁମାର ନନ୍ଦ, ଏଏସଆଇ ବାବୁଲା ସାମଲ, କନଷ୍ଟେବଳ ସଂଯୁକ୍ତା ପଟ୍ଟନାୟକ, ଇନ୍ସପେକ୍ଟର ହରିବନ୍ଧୁ ଭତ୍ରା, ହାବିଲଦାର ତୋଫାନ ବେହେରା, ପ୍ରାଣକୃଷ୍ଣ ଲେଙ୍କା ଓ ସୁରେଶ ଚନ୍ଦ୍ର ରାଉତଙ୍କୁ ପୁରସ୍କୃତ କରାଯିବ।

ସେହିପରି ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ବର୍ଗରେ ସାହସିକତା ପାଇଁ ପୁଲିସ ପଦକ ଘୋଷଣା କରାଯାଇଛି। ସିଭିଲ ଡିଫେନ୍ସ କ୍ଷେତ୍ରରେ କମ୍ପାନି କମାଣ୍ଡର ପ୍ରକାଶ ଚନ୍ଦ୍ର ସାହୁ, ପ୍ଲାଟୁନ୍‌ କମାଣ୍ଡର ସୁଲୋଚନା ସାହୁ, ଭଲ୍ୟୁଣ୍ଟର ସୀମାଞ୍ଚଳ କୁଣ୍ଡୁ, ଝାଗୁ ବାରୁଆ, ଅଗ୍ନିଶମ କ୍ଷେତ୍ରରେ ଲିଡିଂ ଫାୟାରମ୍ୟାନ ନିରଞ୍ଜନ ଜେନା ଓ ସୁକାନ୍ତ କୁମାର ବେହେରା, ଜେଲ୍‌ ସଂସ୍କାର କ୍ଷେତ୍ରରେ ଜେଲର୍‌ ରତିକାନ୍ତ ଶୁକ୍ଳାଙ୍କୁ ସ୍ଥାନ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe