ବାହୁଡ଼ାଯାତ୍ରାରେ ଯୁବତୀଙ୍କୁ ପୁଲିସଙ୍କ ଅସଦାଚରଣ!

Advertisment
ବାହୁଡ଼ାଯାତ୍ରାରେ ଯୁବତୀଙ୍କୁ ପୁଲିସଙ୍କ ଅସଦାଚରଣ!

ପୁରୀ : ଗତକାଲି ବାହୁଡ଼ାଯାତ୍ରାରେ ଜଣେ ଯୁବତୀଙ୍କୁ ରାପିଡ୍‌ ଆକ୍ସନ ଫୋର୍ସର ଜଣେ ପୁଲିସ ଅସଦାଚରଣ କରିଥିବା ନେଇ ଚର୍ଚ୍ଚା ହେଉଛି। ଏହି ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ କୌଣସି ଏକ ରଥର ଦଉଡ଼ିକୁ ଜଣେ ଯୁବତୀ ଧରିଥିବା ବେଳେ ପ୍ରବଳ ଭିଡ଼ ଯୋଗୁ ସେଠାରେ ଠେଲାପେଲା ଚାଲିଥିଲା। ଏହାର ସୁଯୋଗ ନେଇ ରାପିଡ୍‌ ଆକ୍ସନ ଫୋର୍ସର ଜଣେ ପୁଲିସ ଏହି ଯୁବତୀଙ୍କ ପଛପଟେ ରହି ଯୁବତୀଙ୍କୁ ଅସଦାଚରଣ ବ୍ୟବହାର ପ୍ରଦର୍ଶନ କରୁଥିଲେ। ପ୍ରବଳ ଭିଡ଼ ଯୋଗୁ ଯୁବତୀ ଜଣକ ଏହାର ବିରୋଧ ମଧ୍ୟ କରିପାରୁନଥିଲେ। ମାତ୍ର ସମ୍ମୁଖରୁ ଅନ୍ୟ ଜଣେ ପୁଲିସ ଆସିବାରୁ ଯୁବତୀଙ୍କୁ ଛାଡ଼ି ପୁଲିସ ଜଣକ ଖସିଯାଇଥିଲା। ଏହି ଘଟଣାକୁ ଜଣେ କ୍ୟାମେରାମ୍ୟାନ୍‌ ଫଟୋ ଉଠାଇ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ତେବେ ସମ୍ପୃକ୍ତ ପୁଲିସ ପ୍ରତି କାର୍ଯ୍ୟାନୁଷ୍ଠାନ କେବେ ଗ୍ରହଣ କରାଯିବ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶେଷ ଖବର ସୁଦ୍ଧା ଏହାକୁ ନେଇ ଥାନାରେ କୌଣସି ଅଭିଯୋଗ‌ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe