ଘରୁ ମୋଟର ସାଇକେଲ ଚୋରି କରିବା ପରେ ପୁଲିସକୁ ବାଏ ବାଏ ବୋଲି କହି ଚାଲି ଯାଇଥିଲେ କିନ୍ତୁ ଅଧା ବାଟରେ ପୁଲିସକୁ ଦେଖି ଗାଡି ଛାଡି ଚୋର ଚମ୍ପଟ

ଘର ସମ୍ମୁଖରୁ ଲୁଟିନେଲେ ବାଇକ୍‌

navodayatimes.in

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ବ୍ଲକ ସଦରରେ ରହୁଥିବା କୋରାପୁଟର ଜଣେ କାର୍ଯ୍ୟରତ ପୁଲିସ କନେଷ୍ଟବଳଙ୍କ ଘର ଆଗରୁ ମୋଟର ସାଇକଲ ଚୋରିକୁ ନେଇ ଚର୍ଚା ଜୋର ଧରିଚି। କୋରାପୁଟ ହେଡକ୍ଵାଟରରେ କାର୍ଯ୍ୟରତ ରବି ନାରାୟଣ ସାହୁ ନାମକ କନେଷ୍ଟବଳଙ୍କ ଲକ୍ଷ୍ମୀପୁର ସ୍ଥିତ ବାସ ଭବନ ଆଗରୁ ମଙ୍ଗଳବାର ରାତି ନଅଟାରେ ତାଙ୍କର ମୋଟର ସାଇକଲ ଧରି ଦୁଇଜଣ ଦୁର୍ବୁତ ଚାଲି ଯାଇଥିଲେ। ଯିବା ସମୟରେ ଗାଡିକୁ ଷ୍ଟାଟ୍ କରିବା ପରେ ରବିଙ୍କୁ ବାଏ ବାଏ ବୋଲି କହିକି ଚାଲି ଯାଇଥିଲେ। ହଠାତ ରବି କିଛି ବୁଝି ପାରିନଥିଲେ। କିଛି ସମୟ ପରେ ସାଙ୍ଗ କେହି ଗାଡି ନେଇଥିବା ଭାବି ପଡୋଶି ଘରେ ଲାଗିଥିବା ସିସି କ୍ୟାମେରା ଯାଚଂ କରିଥିଲେ କିନ୍ତୁ ସିସି କ୍ୟାମେରାରେ ଚୋରମାନେ ଚୋରି କରି ନେଉଥିବା ଜାଣି ପାରି ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ।

ଖବର ପାଇ ଲକ୍ଷ୍ମୀପୁର ପୁଲିସ ଚାରି ଆଡେ ଖୋଜାଖୋଜି କରି ଥିଲା। ବୁର୍ଜା ଗ୍ରାମ ପାଖ ସଂଖା ଗ୍ରାମ ଛକ ନିକଟରେ ଚୋରମାନେ ପୁଲିସକୁ ଦେଖି ମୋଟର ସାଇକେଲ୍ ଛାଡି ଚମ୍ପଟ ମାରି ଥିଲେ। ରାତ୍ର ହୋଇଥିବା କାରଣରୁ ଜଙ୍ଗଲ ଅଚଂଳରେ ପୁଲିସକୁ ମଧ୍ୟ ଯିବାକୁ କଷ୍ଟ ହୋଇଥିବା ବେଳେ ମୋଟର ସାଇକେଲ ଟିକୁ ଧରି ଫେରିଥିଲା ପୁଲିସ। ଦୁର୍ବୁତ ଦୁହେଁ ପୁଲିସ ହାତରୁ ଖସି ଯାଇଥିଲେ ମଧ୍ୟ ମୋଟର ସାଇକଲ ଉଧାରକରିବାରେ ସଫଳ ହୋଇଥିଲେ।.ତଥାପି ଦୁଇ ଦୁର୍ବୁତଙ୍କୁ ଅଲ୍ପ ଦିନ ମଧ୍ୟରେ ଗିରଫ କରାଯିବ ବୋଲି ପୁଲିସ କହିଥିବା ବେଳେ ଯୋଉଠି ପୁଲିସର ଧନଜୀବନ ସୁରକ୍ଷିତ ନାହିଁ ସେଠି ସାଧାରଣ ଲୋକଙ୍କ ଧନଜୀବନ କଣ ସୁରକ୍ଷିତ ରହିବ ତାକୁ ନେଇ ସାଧରଣରେ ଚର୍ଚାର ବିଷୟ ପାଲଟିଛି। ଏନେଇ ଲକ୍ଷ୍ମୀପୁର ଥାନାରେ ପୁଲିସ କର୍ମଚାରୀଙ୍କ ସଂଖ୍ୟା ବଢାଇବା ସହ ପାଟ୍ରୋଲିଙ୍ଗ ବ୍ୟବସ୍ଥାକୁ କଡା କଡି କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।ଲକ୍ଷ୍ମୀପୁର ଅଚଂଳରେ ଅନେକ ଲୋକଙ୍କ ମୋଟର ସାଇକେଲ୍ ଗାଡି ଘର ବାହାରେ ରହୁଥିବା ବେଳେ ବର୍ତମାନ ସମସ୍ତଙ୍କ ଚିନ୍ତା ବଢିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe