ପୁଲିସ-ନକ୍ସଲ ମୁହାମୁହିଁ: ଜଣେ ନକ୍ସଲ ମୃତ, ୨ ଯବାନ ଆହତ

ପୁଲିସ-ନକ୍ସଲ ମୁହାମୁହିଁ: ଜଣେ ନକ୍ସଲ ମୃତ, ୨ ଯବାନ ଆହତ

India TV News

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ପାମେଡ଼ ଥାନା ଅଞ୍ଚଳରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଯବାନ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ପାମେଡ଼ ଥାନା ଅନ୍ତର୍ଗତ ଭାଟିଗୁଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ବିଜାପୁର ପୁଲିସକୁ ସୂଚନା ମିଳିଥିଲା। ହେଲେ ତା ପୂର୍ବରୁ ତେଲେଙ୍ଗାନା ପୁଲିସ ଏ ସମ୍ପର୍କରେ ଖବର ପାଇ ସେଠାରେ ଚଢ଼ଉ କରିଥିଲା। ତେଲେଙ୍ଗାନାର ଯବାନ କମ୍ବିଂ କରୁଥିବା ବେଳେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ପ୍ରାୟ ଏକ ଘଣ୍ଟା ଧରି ଗୁଳିବିନିମୟ ଚାଲିଥିଲା। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ନକ୍ସଲଙ୍କ ମୃତଦେହ ଜବତ କରାଯାଇଥିବା ବେଳେ ଘଟଣାରେ ୨ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ମୃତ ନକ୍ସଲଙ୍କୁ ଚିହ୍ନଟ କରାଯାଇ ନ ଥିବା ବେଳେ ଆହତ ଯବାନଙ୍କୁ ତୁରନ୍ତ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ବିଜାପୁର ଏସପି କମଳଲୋଚନ କଶ୍ୟପ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe