update odisha
ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତଗୁମ୍ଫା ଅଂଚଳରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଚାଲିଛି। ଆସନ୍ତା ୨୮ ତାରିଖରୁ ନକ୍ସଲଙ୍କ ସହିଦ ସପ୍ତାହ ଆରମ୍ଭ ହେବାକୁ ଥିବା ବେଳେ ୧୫୦ ଏବଂ ୧୩୧ ସିଆରପିଏଫ ଯବାନ, ଡିଆରଜି, ଏସଟିଏଫ ଯବାନ ଚିନ୍ତାଗୁମ୍ଫା ଅଂଚଳରେ କୁମ୍ବିଂ କରୁଥିବା ବେଳେ ନକ୍ସଲ ସହ ମୁଁହାମୁହିଁ ହୋଇଛନ୍ତି। ବର୍ତ୍ତମାନ ଗୁଳିବିନିମୟ ଚାଲିଥିବା ବେଳେ ଦୁଇ ପଟର ମୃତାହତ ଖବର ମିଳିପାରିନାହିଁ।
Follow Us