Representative Image Source: India Today
ମାଲକାନଗିରି: ବୁଧବାର ପ୍ରତ୍ୟୁଷରୁ ଖଇରପୁଟ ବ୍ଲକ୍ ଅନ୍ତର୍ଗତ ବଣ୍ଡାଘାଟିରେ ପୁଲିସ ଓ ନକ୍ସଲ୍ଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିୟ ଯୋଗୁଁ ଜଣେ ଯବାନ ସହିଦ ହୋଇଛନ୍ତି ଓ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି।
ସହିଦ ଯବାନ ହେଉଛନ୍ତି ସିନ୍ଧ୍ରିମାଲାର ଜୟରାମ କବାସି।
ଆହତ ଯବାନ ହେଉଛନ୍ତି ରାମ ଦୁରୁଆ। ଚିକିତ୍ସା ନିମନ୍ତେ ଦୁରୁଆଙ୍କୁ ଏୟାର୍ ଆମ୍ବୁଲାନ୍ସ୍ ଯୋଗେ ବିଶାଖାପାଟଣା ନିଆଯାଇଛି।
ବଣ୍ଡାଘାଟି ଅଞ୍ଚଳର ପାଟଣାଗୁଡ଼ା ଗାଁ ପାଖ ଜଙ୍ଗଲରେ ନକ୍ସଲ୍ମାନେ କ୍ୟାମ୍ପ୍ ପକାଇଛନ୍ତି ବୋଲି ବିଶେଷସୂତ୍ରରୁ ଖବର ପାଇବା ପରେ ମାଲକାନଗିରି ଏସ୍ପି ଋଷିକେଶ ତିଲାରି ଡିଭିଏଫ୍ ଏବଂ ଏସ୍ଓଜିଙ୍କୁ ନେଇ ସେଠାରେ ଚଢ଼ାଉ କରିଥିଲେ। ପୁଲିସକୁ ଦେଖିବାମାତ୍ରେ ନକ୍ସଲ୍ମାନେ ପ୍ରଥମେ ଗୁଳି ଚଳାଇବାରୁ ପୁଲିସ ପାଲଟା ଗୁଳି ଚଳାଇଥିଲା।
/sambad/media/post_attachments/wp-content/uploads/2019/08/naxal-2-300x169.jpg)
ଏବେ ମଧ୍ୟ ଘଟଣାସ୍ଥଳରେ ରହି ରହି ଗୁଳି ଚାଲିଛି।
କ୍ୟାମ୍ପ୍ ପଡ଼ିଥିବା ଅଞ୍ଚଳରୁ ନକ୍ସଲ୍ମାନେ ଛତ୍ରଭଙ୍ଗ ଦେଉଥିବା କଥା ଖବର ମିଳୁଛି। ପୁଲିସ ଗୁଳିରେ କେତେ ଜଣ ନକ୍ସଲ୍ ମୃତାହତ ହୋଇଥିବା ଅନୁମାନ କରାଯାଉଛି। ଗୁଳି ବିନିମୟ ଶେଷ ହେଲେ ଘଟଣାସ୍ଥଳରେ ସର୍ଚ ଅଭିଯାନ ଆରମ୍ଭ ହେବ ଓ ମୃତାହତ ନକ୍ସଲ୍ମାନଙ୍କ ସଂଖ୍ୟା ଜଣାପଡ଼ିବ ବୋଲି କୁହାଯାଉଛି।
Follow Us