ପୁଲିସ୍‌ ଅଧିକାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

Advertisment
ପୁଲିସ୍‌ ଅଧିକାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଦପଲା ଗ୍ରାମରେ ବୁଧବାର ରାତିରେ ପୁଲିସ ଅଧିକାରୀ କୁମୁଦ ଭୋଇଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଗୁରୁବାର ସକାଳେ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମ ଭ‌ୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ସେଠାରୁ ବରଗଡ଼ର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ବୁଧବାର ରାତିରେ କୌଣସି ଏକ ସୂଚନା ପାଇ ମନମୁଣ୍ଡା ଥାନା ଏଏସ୍ଆଇ କୁମୁଦ ଭୋଇ ଅନ୍ୟ କର୍ମଚାରୀଙ୍କ ସହ ପୁଲିସ ଗାଡ଼ିରେ ଦପଲା ଗ୍ରାମକୁ ଯାଇଥିଲେ। ଗ୍ରାମ ନିକଟରେ ଥିବା ସ୍କୁଲ ପାଖରେ ୧୦-୧୨ ଜଣ ଦୁର୍ବୃତ୍ତ ଗାଡ଼ି ଅଟକାଇ କୁମୁଦଙ୍କୁ ଆକ୍ରମଣ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ଅନ୍ୟ ପୁଲିସ ଅଧିକାରୀମାନେ ପହଞ୍ଚି ତଦନ୍ତ କରିଥିଲେ। ହେଲେ ଆକ୍ରମଣର କାରଣ ଓ ଆକ୍ରମଣକାରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe