ତାଜିଆ ଆଖଡ଼ା ବେଳେ ୨ ଗୋଷ୍ଠୀ ହାତାହାତି: ଆକ୍ରମଣରେ ଥାନା ଅଧିକାରୀ ଗୁରୁତର

Advertisment

ଉଭୟ ଗୋଷ୍ଠୀର ୨୩ରୁ ଅଧିକ ଆହତ, ୨ ଅଟକ

ଉଭୟ ଗୋଷ୍ଠୀର ୨୩ରୁ ଅଧିକ ଆହତ, ୨ ଅଟକ

ତାଜିଆ ଆଖଡ଼ା ବେଳେ ୨ ଗୋଷ୍ଠୀ ହାତାହାତି: ଆକ୍ରମଣରେ ଥାନା ଅଧିକାରୀ ଗୁରୁତର

odishapolice.gov.in

ବାଲେଶ୍ୱର : ମହରମ୍‌ ପର୍ବ ପାଳନ ଅବସରରେ ତାଜିଆ (ଆଖଡ଼ା) ପ୍ରଦର୍ଶନକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ବାଲେଶ୍ବର ଟାଉନ୍‌ ଥାନା ଅଧିକାରୀ ଗୁରୁତର ଆହତ ହୋଇଥିବା ବେଳେ ଉଭୟ ଗୋଷ୍ଠୀର ୨୩ରୁ ଅଧିକ ବ୍ୟକ୍ତି ଖଣ୍ଡିଆଖାବରା ହୋଇଛନ୍ତି। ଏହି ଘଟଣାକୁ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରି ଉଭୟ ଗୋଷ୍ଠୀର ଜଣେ ଲେଖା ଯୁବକଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି।

ରବିବାର ରାତି ପ୍ରାୟ ୨ଟା ୩୦ ପରେ ବାଲେଶ୍ବର ଟାଉନ୍‌ ଥାନା ଦରଘା ମୈଦାନରେ ମହରମ ପର୍ବ ପାଳନ ଉପଲକ୍ଷେ ବିଭିନ୍ନ ସାହି ପକ୍ଷରୁ ଆଖଡ଼ା ପ୍ରଦର୍ଶନ ଚାଲିଥିଲା। ଏତିକିବେଳେ କସାବ ମହଲା (୧ ନମ୍ବର ଆଖଡ଼ା ଦଳ) ଓ ମଛୁଆ ସାହି (୨ ନମ୍ବର ଆଖଡ଼ା ଦଳ)ର କିଛି ଯୁବକ ମୁହାଁମୁହିଁ ହୋଇଥିଲେ। ଘଟଣାସ୍ଥଳରେ ଟାଉନ୍‌ ଥାନା ଅଧିକାରୀ ପର୍ଶୁରାମ ସାହୁ ଓ ପୁଲିସ ଫୋର୍ସ ଉପସ୍ଥିତ ଥି‌ଲେ ମଧ୍ୟ ଠେଙ୍ଗା, ମାରଣାସ୍ତ୍ର ଧରି ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ ଓ ପ୍ରତିଆକ୍ରମଣ କରିଥିଲେ। ଏମିତିକି ମୁରବିମାନଙ୍କ ବୁଝାସୁଝା ସତ୍ତ୍ବେ କେହି କିଛି ଶୁଣି ନଥିଲେ। ପାଖିପାଖି ୨୦୦ରୁ ୩୦୦ ବ୍ୟକ୍ତି ତାଜିଆ ଶୋଭାଯାତ୍ରାରେ ସାମିଲ ଥିବାବେଳେ ଗଣ୍ଡଗୋଳକାରୀ ଯୁବକମାନଙ୍କ ଯୋଗୁଁ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ତେବେ ଭିଡ଼ ଭିତରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଉଥିବା ଦେଖି ଟାଉନ୍‌ ଥାନା ଅଧିକାରୀ ଶ୍ରୀ ସାହୁ ପୁଲିସ ଫୋର୍ସ ସହାୟତାରେ ତାଙ୍କୁ ଉଦ୍ଧାର କରିବାକୁ ଯିବା ସମୟରେ କେହି ତାଙ୍କୁ ଠେଙ୍ଗାରେ ଶକ୍ତ ପ୍ରହାର କରିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶ୍ରୀ ସାହୁଙ୍କୁ ପୁଲିସ କର୍ମଚାରୀମାନେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କ ମୁଣ୍ଡରେ ୬ଟି ଷ୍ଟିଚ୍‌ ପଡ଼ିଥିବାବେଳେ ଏବେ ସେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe