ନାଏବ ସରପଞ୍ଚ ନିର୍ବାଚନରେ ପୁଲିସ-ଜନତା ମୁହାଁମୁହିଁ, ଫାଣ୍ଡି ଅଧିକାରୀଙ୍କୁ ନିସ୍ତୁକ ପିଟିଲେ ଉତ୍ତ୍ୟକ୍ତ ଜନତା

Advertisment
ନାଏବ ସରପଞ୍ଚ ନିର୍ବାଚନରେ ପୁଲିସ-ଜନତା ମୁହାଁମୁହିଁ, ଫାଣ୍ଡି ଅଧିକାରୀଙ୍କୁ ନିସ୍ତୁକ ପିଟିଲେ ଉତ୍ତ୍ୟକ୍ତ ଜନତା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ ରାଇଡିହା ପଞ୍ଚାୟତର ନାଏବ ସରପଞ୍ଚ ପଦବି ନିମନ୍ତେ ଆଜି ନିର୍ବାଚନ ଥିଲା ବେଳେ ଦୁଇ ଗୋଷ୍ଠୀ ବିବାଦରୁ ଜନତା ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଉତ୍ୟକ୍ତ ଜନତା ସାହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚଙ୍କ ହାତ ଭାଙ୍ଗି ଦେଇଥିବା ବେଳେ ତାଙ୍କୁ ମୟୂରଭଂଜ ଜିଲ୍ଲା କରଞ୍ଜିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହା ସହିତ ଆଉ ୭ ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଖବର ମିଳିଛି।

publive-image

ଘଟଣାରୁ ପ୍ରକାଶ ଯେ ଏଠାରେ ବିଜୟ କୁମାର ନାୟକ ସରପଞ୍ଚ ନିର୍ବାଚିତ ହୋଇଛନ୍ତି। ତାଙ୍କ ବିପକ୍ଷ ଗୋଷ୍ଠୀର ନମିତା ମହାନ୍ତ ନାଏବ ସରପଞ୍ଚ ନିମନ୍ତେ କିଛି ୱାର୍ଡ ମେମ୍ବରଙ୍କୁ ନେଇ ଅଜ୍ଞାତବାସରେ ଥିଲେ। ଆଜି ସେମାନଙ୍କୁ ନେଇ ପଞ୍ଚାୟତ ଭିତରକୁ ପଶିବା ବେଳକୁ ଅପରପକ୍ଷର ଶତାଧିକ ସମର୍ଥକ ଅତର୍କିତ ଆକ୍ରମଣ କରିଥିଲେ। ଏହାକୁ ନେଇ ପ୍ରତିବାଦ କରିବାରୁ ପୁଲିସ ଉପରେ ମଧ୍ୟ ଲୋକେ ମରଣାନ୍ତକ ଆକ୍ରମଣ କରିଥିଲେ। ସାହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚଙ୍କୁ ଲୋକେ ଘୋଷାଡି ନେଇ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ହାତ ଭାଙ୍ଗି ଯାଇଛି । ତୁରନ୍ତ ତାଙ୍କୁ କରଞ୍ଜିଆ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନିଆ ଯାଇଥିଲା । ତାଙ୍କ ସହିତ ଆଉ ୭ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର କୁମାର ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଘଟଣାରେ ଅଭିଯୁକ୍ତ ଭାବେ ୧୨ଜଣକୁ ପାଟଣା ଥାନାକୁ ପୁଲିସ ଉଠାଇ ନେଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe