ଆସନ୍ତାକାଲି ଠାରୁ ରାଜ୍ୟରେ କୋଭିଡ ଟିକା ନେବେ ପୁଲିସ କର୍ମଚାରୀ; ପ୍ରଥମ ଟିକା ନେବେ ପୁଲିସ ମହାନିର୍ଦ୍ଦେଶକ

Advertisment
ଆସନ୍ତାକାଲି ଠାରୁ ରାଜ୍ୟରେ କୋଭିଡ ଟିକା ନେବେ ପୁଲିସ କର୍ମଚାରୀ; ପ୍ରଥମ ଟିକା ନେବେ ପୁଲିସ ମହାନିର୍ଦ୍ଦେଶକ

Image Courtesy of India Today

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟରେ ପୁଲିସ କର୍ମଚାରୀମାନେ କୋଭିଡ ଟିକା ନେବେ ବୋଲି ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ପୁଲିସ ମହାନିର୍ଦ୍ଦେଶକ ଅଭୟ ପ୍ରଥମ ଟିକା ନେବେ ଏବଂ ଏହାପରେ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ଟିକାକରଣ ଆରମ୍ଭ ହେବ।

ଏଥିରେ ଭୁବନେଶ୍ୱରର ସମୁଦାୟ ୧୯ଟି ପ୍ରତିଷ୍ଠାନର ୮୯୩୭ଜଣ କର୍ମଚାରୀ ଟିକା ନେବେ। ରାଜଧାନୀରେ କମିସନରେଟ୍ ପୁଲିସ୍ କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ଟିକା ଦିଆଯିବ ଏବଂ କଟକର ୧୧ଟି ପ୍ରତିଷ୍ଠାନର ୬୮୬୭ଜଣ ପୁଲିସ କର୍ମଚାରୀ ଟିକା ନେବେ ବୋଲି ଗଣମାଧ୍ୟମକୁ ପୁଲିସ କମିସନର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe