ଇମ୍ଫା ହାଙ୍ଗର୍‌ ସିଲ୍‌ ଖୋଲିଲା ପୁଲିସ

Advertisment
ଇମ୍ଫା ହାଙ୍ଗର୍‌ ସିଲ୍‌ ଖୋଲିଲା ପୁଲିସ

ଭୁବନେଶ୍ବର : ପୁରୀ ମେରାଇନ ପୁଲିସ ଆଜି ଭୁବନେଶ୍ବର ବିମାନବନ୍ଦର‌ରେ ଥିବା ଇମ୍ଫାର ୨ଟି ହାଙ୍ଗରର ସିଲ୍‌ ଖୋଲିଛି। ପୁରୀ ପୁଲିସର ଜଣେ ଏସ୍‌ଡିପିଓ ଓ ମେରାଇନ୍‌ ଥାନା ଇନ୍ସପେକ୍ଟରଙ୍କ ଉପସ୍ଥିତିରେ ଏହି ସିଲ୍‌ ଖୋଲା ଯାଇଛି। ମାତ୍ର ହାଙ୍ଗର୍‌ରେ ଥିବା ୩ଟି ହେଲିକପ୍ଟର୍‌ ମଧ୍ୟରୁ ଗୋଟିଏକୁ ସିଲ୍‌ କରି ରଖାଯାଇଛି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର୍‌ ଚଲିକା ଉପରେ ବପଜ୍ଜନକ ଭାବେ ଉଡ଼ାଇବା ଅଭିଯୋଗରେ ପୁରୀ ପୁଲିସ ଇମ୍ଫାର ହାଙ୍ଗର୍‌ ସିଲ୍‌ କରିଥିଲା। ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟଠାରୁ କ୍ଲିନଚିଟ୍ ମିଳିବା ପରେ ଆଜି ୪୨ ଦିନ ପରେ ହାଙ୍ଗର ସିଲ ଖୋଲିଛି ପୁରୀ ପୁଲିସ।

ଚିଲିକା ଉପରେ ବିପଜ୍ଜନକ ହେଲିକପ୍ଟର ଉଡ଼ାଣ ଅଭିଯୋଗରେ ଗତ ସେପ୍ଟେମ୍ବର ମାସ ୧୭ ତାରିଖରେ ଭୁବନେଶ୍ବର ବିମାନବନ୍ଦରରେ ଥିବା ଇମ୍ଫାର ହାଙ୍ଗର୍‌ ସିଲ କରିଥିଲା। ତେବେ ବେସାମରିକ ବିମାନ ଚଳାଚଳ ଅଧିକାରୀ ବୈଜୟନ୍ତଙ୍କୁ କ୍ଲିନ୍‌ଚିଟ୍‌ ଦେବା ସହିତ ହେଲିକପ୍ଟର ଉଡ଼ାଣରେ କୌଣସି ଆଇନ ଉଲ୍ଲଂଘନ ହୋଇ ନାହିଁ କିମ୍ବା ବିପଜ୍ଜନକ ଉଡ଼ାଣ ହୋଇ ନାହିଁ ବୋଲି କହିଥିଲେ। ଏହା ଛଡ଼ା ହେଲିକପ୍ଟର ଚିଲିକା ଉପରେ ମଧ୍ୟ ଅବତରଣ କରିନାହିଁ ବୋଲି ରିପୋର୍ଟ ପ୍ରଦାନ କରାଯାଇଥିଲା।

ବେସାମରିକ ବିମାନ ଚଳାଚଳ ବିଭାଗ ଏହି ରିପୋ‌ର୍ଟକୁ ପୁରୀ ପୁଲିସକୁ ପଠାଇଥିଲେ। ରିପୋର୍ଟ ପାଇବା ପରେ ପୁରୀ ପୁଲିସ ଆଜି ହାଙ୍ଗର ସିଲ୍‌ ଖୋଲିଛି। ତେବେ ପୁରୀ ପୁଲିସ ବେସାମରିକ ବିମାନ ଚଳାଚଳ କର୍ତୃପକ୍ଷଙ୍କ ଏଭଳି ରିପୋ‌ର୍ଟକୁ ସହଜରରେ ଗ୍ରହଣ କରି ପାରିନାହିଁ। ପୁଣି ଥରେ ରିପୋ‌ର୍ଟ ମଗାଯିବ ବୋଲି ପୁରୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe