ପୁଲିସର ଅପରେସନ ପ୍ରହାର: ୧୦୧ କେଜି ଗଞ୍ଜଇ ସହ ବାଇକ୍‌, କାର୍‌ ଜବତ, ୩ ଗିରଫ

ରାଜ୍ୟ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ପକ୍ଷରୁ ଚାଲିଥିବା ଅପରେସନ ପ୍ରହାରରେ ସଫଳତା ମିଳିଛି। ବିନିକା ଥାନା ପୁଲିସ ୧୦୧ ‌କେଜି ଗଞ୍ଜେଇ ସହ ଏକ ନମ୍ବରବିହୀନ କାର୍‌, ବାଇକ୍‌ ଜବତ କରିଛି....

Police operation: 101 kg of ganja, bike, car seized, 3 arrested

Police operation: 101 kg of ganja, bike, car seized, 3 arrested Photograph: (sambad.in)

ବିନିକା:  ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ପକ୍ଷରୁ ଚାଲିଥିବା ଅପରେସନ ପ୍ରହାରରେ ସଫଳତା ମିଳିଛି। ବିନିକା ଥାନା ପୁଲିସ ୧୦୧ ‌କେଜି ଗଞ୍ଜେଇ ସହ ଏକ ନମ୍ବରବିହୀନ କାର୍‌, ବାଇକ୍‌ (ଓଡି ୧୫ ଏବି ୩୮୭୫) ଜବତ କରିଛି। ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ଜଣେ ମହିଳା ଓ ୨ ଜଣ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶ ଛିନପାରି ଗ୍ରାମର ୟଶ ଚନ୍ଦ୍ର (୨୪), ଉତ୍ତରପ୍ରଦେଶ ଇତାୱାସ ଜିଲ୍ଲା ଭଡ଼ିମୋର ଗାଁର ‌ଶ୍ବେତା ଯାଦବ (୧୯) ଓ ସମ୍ବଲପୁର ଜିଲ୍ଲା ଚିପିଲମାର ସ୍ବାଧୀନ ହରିପାଲ (୨୬)।

ପୁଲିସର ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ସୋନପୁର-ବିନିକା ମୁଖ୍ୟ ରାସ୍ତାରେ ଯାବାହନ ଯାଞ୍ଚ ଚାଲିଥିଲା। ଏହି ସମୟରେ ସୋନପୁର ପଟରୁ ଆସୁଥିବା ଏକ ନମ୍ବରବିହୀନ କାର୍‌କୁ ପୁଲିସ ସନ୍ଦେହରେ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ କାର୍‌ଟି ନ ଅଟକି ଦ୍ରୁତଗତିରେ ଫେରାର୍‌ ମାରିଥିଲା।

ପୁଲିସ କାର୍‌ର ପିଛାକରି ବିନିକା ଏନ୍‌ଏସି ଅଧୀନସ୍ତ ବେଲପଡ଼ାଠାରେ କାର୍‌ ଓ ବାଇକ୍‌କୁ ଧରିଥିଲା। ବାଇକ୍‌ ଚାଳକ ଫେରାର ହୋଇଥିବା ବେଳେ କାର୍‌ରେ ଥିବା ଜଣେ ମହିଳା ଓ ଅନ୍ୟ ୨ ଜଣଙ୍କୁ ଥାନାରେ ଅଟକ ରଖିଥିଲା।

ସୋମବାର ସକା‌ଳେ ମାଜିଷ୍ଟ୍ରେଟ ଭାବେ ବିନିକା ଅତିରିକ୍ତ ତହସିଲଦାର ଦୟାରାମ ମେ‌ହେର, ଏସ୍‌ପି ନାରାୟଣ ନାୟକ ଓ ବିନିକା ଥାନା ଆଇଆଇସି ସତ୍ୟନାରାୟଣ ପଧାନଙ୍କ ଉପସ୍ଥିତିରେ କାର୍‌ ଡିକିରୁ ୧୦୧ ପ୍ୟାକେଟ (୧୦୧ କେଜି) ଗଞ୍ଜେଇ ପୁଲିସ ଜବତ କରିଥିଲା। ଖବର ପାଇ ଘଟଣାସ୍ଥଳକୁ ଜିଲ୍ଲାପାଳ ନୃପରାଜ ସାହୁ ମଧ୍ୟ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe