ଭିଜିଲାନ୍ସ ହାତରେ ଧରାପଡ଼ିଲେ ଫାଣ୍ତି ଅଧିକାରୀ

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଫାଣ୍ତି ଅଧିକାରୀ

କଣ୍ଟିଲୋ : ଏକ ଜବତ ବାଇକ୍‌କୁ ଖସାଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ‌ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖଣ୍ତପଡ଼ା ଥାନା ଅନ୍ତର୍ଗତ କଣ୍ଟିଲୋ ଫାଣ୍ତି ଅଧିକାରୀ ପ୍ରଫୁଲ୍ଲ କୁମାର ଦେଓ।

ଏକ ପୁରୁଣା କେସ୍‌ ୧୯୫/୨୦୨୧ ଅନୁସାରେ ନିକଟସ୍ଥ ପଥରଚକଡ଼ା ଗ୍ରାମର ବୁଲୁ ବାରିକଙ୍କ ଏକ ପଲସର୍ ବାଇକ୍‌କୁ ଖସାଇବା ପାଇଁ କଣ୍ଟିଲୋ ଫାଣ୍ତି ଅଧିକାରୀ ୧୦ ହଜାର ଟଙ୍କା ଲାଞ୍ଚ‌ ମାଗିଥିଲେ। ଆଜି ସନ୍ଧ୍ୟାରେ ଥାନାକୁ ଡାକି ଗାଡ଼ି ମାଲିକ ବୁଲୁଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ସଙ୍ଗେ ସଙ୍ଗେ କାବୁ କରିନେଇଥିଲେ। ଉକ୍ତ ଚଢ଼ଉ ବେଳେ ନୟାଗଡ଼ ଜିଲ୍ଲା ଭିଜିଲାନ୍ସ ଡିଏସ୍‌ପି ଓ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe