ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ପୁଲିସ ପାଟ୍ରୋଲିଂ ଗାଡ଼ି, ୫ପୁଲିସ କର୍ମଚାରୀ ଆହତ

ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ପୁଲିସ ପାଟ୍ରୋଲିଂ ଗାଡ଼ି, ୫ପୁଲିସ କର୍ମଚାରୀ ଆହତ

ଛତ୍ରପୁର: ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ପୁଲିସ ପାଟ୍ରୋଲିଂ ଗାଡ଼ି। ଘଟଣାଟି ଗଂଜାମ ଜିଲ୍ଲା ଛତ୍ରପୁର ଦେଇଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଘଟିଥିବା ବେଳେ ଦୁର୍ଘଟଣାରେ ସର୍ଜେଣ୍ଟ ସଞ୍ଜୟ ବାରିକଙ୍କ ସମେତ ୫ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଛତ୍ରପୁରର ୧୬ନମ୍ବର ଜାତୀୟ ରାଜପଥରେ ଗ୍ୟାସ ଟ୍ୟାଙ୍କର ଓଲଟିବାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପାଟ୍ରୋଲିଂ ଗାଡ଼ି। ଘଟଣା ବିଷୟରେ ବୁଝି ଆବଶ୍ୟକୀୟ ପଦକ୍ଷେପ ନେବା ପରେ ପୁଲିସ ପାଟ୍ରୋଲିଂ ଗାଡ଼ି ଫେରିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି। ଫେରିବା ବାଟରେ ଜଣେ ବାଇକ ଚାଳକ ସାମ୍ନାକୁ ଆସିଯିବାରୁ ତାଙ୍କୁ ବଞ୍ଚାଇବାକୁ ଯାଇ ଗାଡ଼ି ଚାଳକ ହଠାତ ଗାଡ଼ି ବୁଲାଇଦେଇଥିଲେ। ଏହା ଫଳରେ ଗାଡ଼ିଟି ରାସ୍ତା ଉପରେ ଓଲଟିପଡ଼ିଥିବା ଜଣାପଡ଼ିଛି।

publive-image

ଉଲ୍ଲେଖଯୋଗ୍ୟ, ଘନ କୁହୁଡ଼ି ପାଇଁ  ଛତ୍ରପୁରର ୧୬ନମ୍ବର ଜାତୀୟ ରାଜପଥରେ ଓଲଟିଥିଲା ଗ୍ୟାସ ଟ୍ୟାଙ୍କର। ଗ୍ୟାସ ଟ୍ୟାଙ୍କର(ନମ୍ବର ଜିଜେ୦୬ଏକ୍ସଏକ୍ସ-୧୫୧୨)ଟି ବିଶାଖାପାଟଣାରୁ ଜଟଣୀକୁ ଏଚପି ଗ୍ୟାସ ନେଇ ଫେରୁଥିଲା। ସକାଳ ୫ଟା ୩୦ମିନିଟରେ ଛତ୍ରପୁର ନିକଟସ୍ଥ ହୁମୁରି ତାମ୍ପରାଠାରେ ଘନ କୁହୁଡ଼ି ପାଇଁ ରାସ୍ତା ଦେଖା ନଯିବାରୁ ଭାରସାମ୍ୟ ହରାଇ ଟ୍ୟାଙ୍କରଟି ଓଲଟି ପଡ଼ିଥିଲା। ଚାଳକଜଣଙ୍କ ଜାମସେଦପୁର ବାସିନ୍ଦା ହୋଇଥିବା ବେଳେ ଦୁର୍ଘଟଣା ପରେ ଚାଳକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣା ବିଷୟରେ ବୁଝି ଫେରୁଥିବା ବେଳେ ପୁଲିସ ପାଟ୍ରୋଲିଂ ଗାଡ଼ିଟି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe