କାର୍‌ ଚାଳକଙ୍କୁ ଦୁର୍ବ୍ୟବହାର : ଟୋଲଗେଟ୍‌ କର୍ମଚାରୀକୁ ଉଠାଇ ନେଲା ପୁଲିସ

Advertisment
ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଛା କରି ଯୁବକ ଅଟକ

image source-nayalook.com

ପାଣିକୋଇଲି : ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ସୋତି ନିକଟରେ ଥିବା ଟୋଲଗେଟ୍‌ର ଜଣେ କର୍ମଚାରୀକୁ ଆଜି ପୁଲିସ ଉଠାଇ ନେଇଥିଲା। ସମ୍ପୃକ୍ତ କର୍ମଚାରୀ ଫାଷ୍ଟଟ୍ୟାଗ୍‌ରେ ଯାଉଥିବା ଜଣେ କାର୍‌ ଚାଳକଙ୍କୁ ଖରାପ ବ୍ୟବହାର କରିଥ‌ିଲା। କାର ଚାଳକଙ୍କ ଅଭିଯୋଗ ପରେ ପାଣିକୋଇଲି ପୁଲିସ ଏହି ଯୁବକକୁ ଉଠାଇ ନେଇଥିଲା। ହେଲେ ଥାନାରେ କ୍ଷମା ମାଗିବା ପରେ ସମ୍ପୃକ୍ତ କର୍ମଚାରୀକୁ ଛଡ଼ାଯାଇଛି ବୋଲି ପୁଲିସରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଆଜି ଫାଷ୍ଟଟ୍ୟାଗ୍‌‌ ଲେନରେ ଜଣେ ବ୍ୟକ୍ତି କାର୍‌ ନେଇ ଯାଉଥିଲେ। ଆଗରେ ଥିବା ଏକ ଟ୍ରକ୍‌ ସହ ପଇସାକୁ ନେଇ ସମ୍ପୃକ୍ତ ଟୋଲ ଗେଟ୍‌ କର୍ମଚାରୀ ଝଗଡ଼ା କରୁଥିଲେ। ଡେରି ହେବାରୁ କାର୍‌ ଚାଳକ ଜଣକ ତାଙ୍କୁ ଛାଡ଼ିଦେବା ପାଇଁ କହିଥିଲେ। ହେଲେ ସମ୍ପୃକ୍ତ ଟୋଲ୍‌ କର୍ମଚାରୀ କାର୍‌ ଚାଳକଙ୍କୁ ମଧ୍ୟ ଖରାପ ବ୍ୟବହାର କରିଥିଲା। ଏଥିରେ ଅପମାନିତ ହୋଇଥିବା କାର ଚାଳକ ଜଣକ ପାଣିକୋଇଲି ଥାନା‌ରେ ଅଭିଯୋଗ କରିଥିଲେ। ପରେ ପାଣିକୋଇଲି ପୁଲିସ ସମ୍ପୃକ୍ତ କର୍ମଚାରୀକୁ ଉଠାଇ ନେଇଥିଲା।

ପ୍ରକାଶ ଯେ, ରାଜସ୍ଥାନର ଏକ ସଂସ୍ଥା ଦିଲସାନ କମର୍ସିଆଲ ପ୍ରାଇଭେଟ୍‌ ଲି. ଏହି ଟୋଲ ଗେଟ୍‌ର ଦାୟିତ୍ବ ନେଇଛି। ଏଠାରେ ଟୋଲ ଆଦାୟ ପାଇଁ ସଂସ୍ଥା ପକ୍ଷରୁ ବହୁ ଅଣଓଡ଼ିଆ ଯୁବକଙ୍କୁ ନିଯୁକ୍ତି ଦିଆଯାଇଛି। ନିଯୁକ୍ତି ପାଇଥିବା ଯୁବକମାନେ ଏଠିକାର ଆବହାୱା ସହ ପରିଚିତ ନୁହଁନ୍ତି। ତେଣୁ ବହୁ ସମୟରେ ଟୋଲଗେଟ୍‌ରେ ବିଶୃଙ୍ଖଳା ସୃଷ୍ଟି ହେଉଛି। ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ ସୁକିନ୍ଦା ଠାରେ ରକ୍ତଦାନ ଶିବିର କରି ଫେରୁଥିବା ରକ୍ତଭଣ୍ଡାର ଗାଡ଼ିକୁ ମଧ୍ୟ ‌ଏହି ଅଣଓଡ଼ିଆ କର୍ମଚାରୀମାନେ ଅଟକାଇ ଦେଇଥିଲେ। ସ୍ଥାନୀୟ ବୁଦ୍ଧିଜୀବୀଙ୍କ ହସ୍ତକ୍ଷେପ ଫଳରେ ରକ୍ତଭଣ୍ଡାର ଗାଡ଼ି ଟୋଲ ଗେଟ୍‌ରୁ ପ‌ାର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe